ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ
mohan majhi Odisha govt
ଭୁବନେଶ୍ୱର : ବିଜେପି ସରକାର ଗଠନ ପରେ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଯିବେ ।
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଆଲୋଚନା କରିବେ । ସଂକଳ୍ପ ପତ୍ର ଆଧାରରେ ବିଭିନ୍ନ ଯୋଜନା ପ୍ରସ୍ତୁତି, କେନ୍ଦ୍ରୀୟ ଅନୁଦାନର ଆବଶ୍ୟକତା, ରାଜ୍ୟର ବିକାଶ ସମ୍ପର୍କରେ ବି ଆଲୋଚନା ହେବ । ଏହାଛଡ଼ା ରାଜନୀତିକ ସ୍ଥିତି ସମ୍ପର୍କରେ ବି ଆଲୋଚନା ହେବବୋଲି ଜଣାପଡ଼ିଛି । ବିଶେଷକରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ପ୍ରଶାସନିକ ସ୍ତରରେ ଅଦଳବଦଳ ଆଦି ନେଇ ଆଲୋଚନା ହୋଇପାରେ । ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଥିବାରୁ ଓଡ଼ିଶା ଉପରେ ଏବେ ମୋଦି ସରକାର ବେଶୀ ଗୁରୁତ୍ୱାରୋପ କରୁଛନ୍ତି ।