ଜାଡେଜା-ସିରାଜଙ୍କୁ ନେଇ କହିଲେ ସଚିନ୍
ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆକୁ ୨୨ ରନରେ ପରାଜୟର ଶିକାର ହେବାକୁ ପଡ଼ିଛି। ଏଥିସହ ଭାରତୀୟ ଟିମ ବର୍ତ୍ତମାନ ସିରିଜରେ ମଧ୍ୟ ପଛରେ ରହିଛି। ବିଜୟ ସହ ଇଂଲଣ୍ଡ ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜରେ ୨-୧ର ବୃଦ୍ଧି ହାସଲ କରିଛି। ତେବେ ବର୍ତ୍ତମାନ ଟିମ ଇଣ୍ଡିଆର ଏହି ପରାଜୟ ପରେ ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ଲର୍ଡସର ପଞ୍ଚମ ଦିନ ଯେଉଁଭଳି ରବୀନ୍ଦ୍ର ଜାଡ଼େଜା, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ବ୍ୟାଟିଂ କରିଛନ୍ତି, ବର୍ତ୍ତମାନ ସମସ୍ତଙ୍କୁ ପ୍ରଶଂସା କରୁଛନ୍ତି। ସେହିପରି ଟିମ ଇଣ୍ଡିଆ ହାରିବା ପରେ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଏତେ ପାଖରେ, ପୁଣି ଏତେ ଦୂରରେ ଜାଡ଼େଜା, ବୁମରା ଏବଂ ସିରାଜ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ। ବହୁତ ବଢିଆ ପ୍ରୟାସ, ଟିମ ଇଣ୍ଡିଆ। ଇଂଲଣ୍ଡ ନିଜର ଦବଦବା ରଖିବା ଲାଗି ଭଲ ଖେଳିଛି ଏବଂ ଖୁବ କଷ୍ଟରେ ମିଳିଥିବା ବିଜୟ ପାଇଁ ଅଭିନନ୍ଦନ। ଦ୍ୱିତୀୟ ଇଂନିସରେ କମାଲ ବ୍ୟାଟିଂ କରି ରବୀନ୍ଦ୍ର ଜାଡେଜା ୬୧ ରନର ଅପରାଜୟ ଇନିଂସ ଖେଳିଛନ୍ତି। ଏହି ସମୟରେ ସେ ୧୮୧ ବଲ୍ର ସାମ୍ନା କରିଥିଲେ। ସେହିପରି ଜସପ୍ରୀତ ବୁମରା ୫୪ ବଲରେ ୫ ରନ କରିପାରିଥିଲେ। ଏହା ବ୍ୟତୀତ ମହମ୍ମଦ ସିରାଜ ୩୦ ବଲର ସାମ୍ନା କରି ୪ ରନ କରିଥିଲେ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
