ପୋଲିଂ କେନ୍ଦ୍ରକୁ ମୋବାଇଲ ମନା

ଭୁବନେଶ୍ୱର: ଆଜି ରାଜ୍ୟ ଦେଉଛି ତୃତୀୟ ପର୍ୟ୍ୟାୟ ମତଦାନ । ସକାଳୁ ସକାଳୁ ସବୁ ବୁଥରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ଏହା ଭିତରେ କିଛି ବୁଥରେ ଭୋଟର ମୋବାଇଲ ନେଇଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନକରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ଅପିଲ କରିଛନ୍ତିି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବୁଥ ଭିରତକୁ କେହି ମୋବାଇଲ ନେଇ ଯାଇପାରିବେ ନାହିଁ । ନା କୌଣସି ଅଧିକାରୀ ନା ଭୋଟର କେହି ବି ବୁଥ ଭିରତକୁ ମୋବାଇଲ ନେଇପାରିବେ ନାହିଁ ଏପରିକି ସ୍ୱିଚ୍ ଅଫ୍ ମଧ୍ୟ କରି ନେଇପାରିବେ ନାହିଁ ବରଂ ବୁଥ ଭିରତକୁ ବିନା ମୋବାଇଲରେ ଯିବାକୁ ଅପିଲ କରିଛନ୍ତି । ଏପରିକି ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ କଟକଣା ଲାଗିଛି । ଖୋଜ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଭୋଟ ପାଇଁ ଯାଇଥିବା ପ୍ରେସ ମିଟରେ କହିଥିଲେ ।
ଅନ୍ୟପଟେ ଭୁବନେଶ୍ୱର ନୟାପଲ୍ଲୀର ଏକ ବୁଥରେ ପୋଲିଂ କେନ୍ଦ୍ରକୁ ମୋବାଇଲ ନେଇ ପ୍ରବେଶ କରିବା ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।
ରାଜ୍ୟରେ ଆଜି ତୃତୀୟ ପର୍ୟ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଛି। ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି।
ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।