୨୯ରେ ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଓଡ଼ିଶାରେ ଶେଷ ନିର୍ବାଚନ ପ୍ରଚାର । ସେହିଦିନ ମୋଦି କେନ୍ଦ୍ରାପଡ଼ାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର କରିବେ । ବୈଜୟନ୍ତଙ୍କୁ ହରାଇବା ପାଇଁ ବିଜେଡ଼ି ରଣନୀତି କରିଛି, ତେଣୁ ମୋଦି ହିଁ ଚକ୍ରବ୍ୟୁହରୁ ବୈଜୟନ୍ତଙ୍କୁ ଉଦ୍ଧାର କରିପାରିବେ ବୋଲି ବିଜେପି ମନେକରିଛି ।\