ଆସନ୍ତା ୨୦ ସୁଦ୍ଧା ଘୂର୍ଣ୍ଣିବଳୟ

ଆସନ୍ତା ୨୦  ସୁଦ୍ଧା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ ତାରିଖରେ ଅଧିକ ବର୍ଷା ହୋଇପାରେ। ତଥାପି ନିୟମିତ ମନିଟର କରାଯାଉଛି। ପରବର୍ତ୍ତୀ ସମୟରେ ଅପ୍‌ଡେଟ୍‌ ଦେବୁ। ବାତ୍ୟା ନେଇ କିଛି ଆକଳନ କରାଯାଇନି। ଅବପାତ ନେଇ ପୂର୍ବାନୁମାନ କରିଛୁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।