ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ 

ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ 

ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଚାହୁଁ ଚାହୁଁ ୭ଟି ବୋଟ ଏବଂ ଦଶରୁ ବାର ଡଙ୍ଗା ଜଳିପୋଡି ପାଉଁଶ ହୋଇଗଲା  । ଚାହୁଁ ଚାହୁଁ ସବୁ ଉଜାଡିଦେଲା ନିଆଁ  । ପାରାଦ୍ୱୀପ, କୁଜଙ୍ଗ, ତିର୍ତ୍ତୋଲ ଆଦି ସ୍ଥାନରୁ ୧୨ ଟି ଦମକଳ ବାହିନୀ ନିଆଁ ଲିଭାଇବା ପାଇଁ ନିୟୋଜିତ ଥିଲେ  । ୧୨ ଘଣ୍ଟାର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିପାରିଥିଲେ ଅଗ୍ନିଶମ ବାହିନୀ  । ଚାରିପଟରେ ଜଗିରହିଥିଲା ୪ଟି ଅଗ୍ନିଶମ ବାହିନୀ । ଅନେକ ଛୋଟ ଡଙ୍ଗା ଜଳି ପାଉଁଶ ହୋଇ ପାଣି ଭିତରେ ବୁଡ଼ି ଯାଇଛି  ।

କାଲି ରାତି ତମାମ ନିଆଁ ଲିଭା କାର୍ଯ୍ୟ ଚାଲିଥିଲାବେଳେ ଆଜି ମଧ୍ୟ ଜାରି ରହିଥିଲା  । ପ୍ରତି ବୋଟରେ ୨ ହଜାରରୁ ୪ ହଜାର ଲିଟର ଡିଜେଲ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । କ୍ଷୟକ୍ଷତି ଆକଳନ କରି ସରକାର ସହାୟତା ପ୍ରଦାନ କରିବାକୁ ଦାବି ହେଉଛି । ପ୍ରଥମେ ଲଷ୍ମୀକୃପା ବୋଟରୁ ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବୋଟକୁ ବୋଟକୁ ନିଆଁ ବ୍ୟାପି ଚାଲିଥିଲା  । ପରିବାର ପ୍ରତିପୋଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୋଟ ତିଆରି କରିଥିଲେ, ପୋଡି ଯାଇଥିବା ବୋଟକୁ ଦେଖି କୋହ ସମ୍ଭାଳି ପାରୁନାହାନ୍ତି ମାଲିକ । ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ବୋଟ ମାଲିକ  ।