ଶ୍ରୀମନ୍ଦିରରେ ବନବାସ କନ୍ଦର୍ପ ଓ ଅଧିବାସ ନୀତି

 ପୁରୀ: ଚୈତ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରରାମନବମୀ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀରାମଲୀଳା କ୍ରମରେ ବନବାସ କନ୍ଦର୍ପ ଓ ଅଧିବାସ ନୀତି ସଂପନ୍ନ ହୋଇଯାଇଛି । ସନ୍ଧ୍ୟାଧୂପ ବେଶରେ ଶ୍ରୀଜଗନ୍ନାଥଙ୍କୁ ୩ଖଣ୍ଡ ଆଜ୍ଞାମାଳ ଲାଗି କରାଯାଇଥିଲା । ସନ୍ଧ୍ୟାଧୂପ ଓ ଦକ୍ଷିଣିଘର ଭୋଗ ସରିବା ପରେ ମହାଜନ ସେବକମାନେ ଚାମୁ ଦିହୁଡ଼ି ଥାଇ ରାମକୃଷ୍ଣ ଓ ସୀତା ଦେବୀଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ଆଜ୍ଞାମାଳ ମିଳିବା ପରେ ଠାକୁର ଠାକୁରାଣୀଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା । ବିମାନବଡ଼ୁମାନେ ପାଲିଙ୍କିକୁ ଜଗନ୍ନାଥ ମଠକୁ ନେଇଥିଲେ । ସେଠେରେ ମର୍କଣ୍ଡେଶ୍ୱର ସାହି ପକ୍ଷରୁ ବନବାସ ପ୍ରସ୍ତାବ ବା ଲୀଳା କରାଯାଇଥିଲା । ଶୀତଳ ଭୋଗ ମଣହି ପରେ ରାମକୃଷ୍ଣ ଓ ସୀତାଦେବୀ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ । ଭିତରେ ଚନ୍ଦନଲାଗି ଶେଷ ହେବା ପରେ ଦକ୍ଷିଣି ଘରେ କଳର୍ପପଟିରେ ଅଧିବାସ କରାଯାଇଥିଲା । ପୂଜାପଣ୍ଡା କନ୍ଦର୍ପପଟିକୁ ମହାସ୍ନାନ କରାଇଥିଲେ । ଏହାପରେ ଭୋଗ ବନ୍ଦାପନା କରାଯାଇଥିଲା ।