ଲକ୍ଷ୍ମୀବାଇ କ୍ଷତ୍ରୀୟ ମହିଳା ସଂଗଠନର ସମାବେଶ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘୁଚାଗୁଡ଼ା ଅଞ୍ଚଳ ଝାନ୍ସିରାଣୀ ଲକ୍ଷ୍ମୀବାଇ କ୍ଷତ୍ରୀୟ ମହିଳା ସଂଗଠନର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଝାନ୍ସିରାଣୀ ଲକ୍ଷ୍ମୀବାଇ କ୍ଷତ୍ରୀୟ ମହିଳା କେନ୍ଦ୍ରୀୟ ସଂଗଠନର ଆବାହିକା ଶିକ୍ଷୟିତ୍ରୀ କାଦମ୍ବିନୀ ପଣ୍ଡା, ମୁଖ୍ୟବକ୍ତା ଭାବେ ଝାନ୍ସିରାଣୀ ଲକ୍ଷ୍ମୀବାଇ କ୍ଷତ୍ରୀୟ ମହିଳା ସଂଗଠନର କେନ୍ଦ୍ରୀୟ କମିଟିର ଆବାହିକା ଶିକ୍ଷୟିତ୍ରୀ ସୁଶ୍ରୀ ବାରିକ, ଗୀତାଞ୍ଜଳୀ ମହାରଥା, ରିତୁ ବାରିକ, ମୀନାକ୍ଷୀ ବିଶି, ଗିରିଜା ବାରିକ ସମେତ ନେହେନା ଗ୍ରାମ ପଞ୍ଚାୟତ ସରପଞ୍ଚ ଅଶୋକା ଦଣ୍ଡସେନା ମଞ୍ଚାସୀନ ରହି କ୍ଷତ୍ରୀୟ ମହିଳାମାନଙ୍କର ଶିକ୍ଷାର ଉନ୍ନତି ସହିତ ସମାଜରେ କେମିତି ପୁରୁଷମାନଙ୍କ ସହିତ ସମାନ୍ତରାଳ ଭାବେ ଆଗକୁ ବଢ଼ିପାରିବେ, ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଘୁଚାଗୁଦା ମହିଳା ସଂଗଠନର ଉପ ସଭାପତି କଳ୍ପନା ନାଏକ, ସମ୍ପାଦକ କ୍ରିଷ୍ଣାପ୍ରିୟା ନାଏକ, ସହ ସମ୍ପାଦକ ହିରାବତି ନାଏକ, କୋଷାଧ୍ୟକ୍ଷ ପଦ୍ମିନୀ ପ୍ରଧାନ, ସହକୋଷାଧ୍ୟକ୍ଷ ଦେବକୀ ନାଏକ, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ, ଯୁଗ୍ମ ସଂଗଠକ ଜଗଦୀଶ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ଘୁଚଗୁଡ଼ା ଗ୍ରାମରେ ମହିଳାମାନଙ୍କୁ ଏକତ୍ରିତ କରିବାରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଘୁଚାଗୁଡ଼ା ଅଞ୍ଚଳ ସଭାପତି ତିର୍ଥବାସି ପ୍ରଧାନ, ଉପସଭାପତି କୁବେର ସିଂ ନାଏକ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ବିଶେଷ ଭୂମିକା ରହିଛି । ଆଗାମୀ ଦିନରେ ଘୁଚାଗୁଡା ଗ୍ରାମରେ ମହିଳାମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରହିଛି ବୋଲି ଟିର୍ଥବାସି ପ୍ରଧାନ ପ୍ରକାଶ କରିଥିଲେ । ଏହି ମହିଳା ସମାବେଶରେ ଘୁଚାଗୁଡ଼ା ଗ୍ରାମର ଶତାଧିକ ମହିଳା ସାମିଲ ହୋଇଥିଲେ ।