ମରୁଭୂମିରେ ସାଉଦି ଆବର ନିର୍ମାଣ କରୁଛି ଏମିତି କୋଠା

ସାଉଦି ଆରବ ତରଫରୁ ୫୦୦ ଆରବ ଡଲାର ଖର୍ଚ୍ଚ ବିନିମୟରେ ମରୁଭୂମିରେ ନିର୍ମାଣ କରୁଥିବା ନିଓମ ମେଗାସିଟିର ଫଟୋ ଏବେ ସେୟାର କରିଛି । କହିରଖୁ କି ନିଓମ ସହର ନିର୍ମାଣ କରିବା ସାଉଦି ରାଜା ମହମ୍ମଦ ବିନ ସଲମାନଙ୍କର ସ୍ୱପ୍ନର ପରିକଳ୍ପନା । ଆଶା କରାଯାଉଛି କି, ଏହି ସହର ୨୦୩୪ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ । ଏହି ସହର ନିର୍ମାଣ କରିବାକୁ ଏପର୍ଯ୍ୟନ୍ତ ୧୩୦ ମିଲିୟନ କ୍ୟୁବିକ୍ ମିଟରରୁ ଅଧିକ ମାଟି ହଟାଯାଇଛି । ସେହିଭଳି ନିର୍ମାଣ ଅଞ୍ଚଳରେ ମୋଟ ୪ ହଜାର ଟ୍ରକ ଓ ୫ ଶହରୁ ଅଧିକ ଶ୍ରମିକ କାମରେ ଲାଗିଛନ୍ତି । ନିଓମର ମୁଖ୍ୟ ପ୍ରକଳ୍ପ ଅଧିକାରୀଙ୍କ କହିବା ମୁତାବକ ଏଠାରେ ନିର୍ମାଣ ହେଉଥିବା କୋଠା ବିଶ୍ୱର ସବୁଠାରୁ ଲମ୍ବା କୋଠା ହେବ । ଏହି କୋଠା ଭିତରେ ରହିବ ପୁରା ନିଓମ ସହର । ଏହି ସହର ନିର୍ମାଣ ସରିଲେ, କୋଠା ଭିତରେ ପାଖାପାଖି ୯ ମିଲିୟନ ଲୋକ ରହିପାରିବେ । ଏହି ସହରରେ ୮୦ ହଜାର ରେସିଡେନସିଆଲ ୟୁନିଟ, ୯ ହଜାର ହୋଟେଲ, ରିଟେଲ ସ୍ପେଶ, ସ୍କୁଲ, ପୋଲିସ ଷ୍ଟେସନ ଓ ଫାୟାର ଷ୍ଟେସନ ଆଦି ରହିବ । ଏହାସହ ୨୦୩୪ ଫିଫା ୱାର୍ଲ୍ଡକପ୍ ହୋଷ୍ଟ  କରିବାକୁ ଏକ ଷ୍ଟାଡିୟମ ମଧ୍ୟ ନିର୍ମାଣ ହେବ । ଏହି ସହର ଭିତରେ ଯେଉଁ ଗାଡି ଚଳାଚଳ କରିବ ସେଥିରୁ ୯୦ ପ୍ରତିଶତ ଗାଡି ବ୍ୟାଟେରୀ ଚାଳିତ ହେବ । ଏହାସହ ୯୫ ପ୍ରତିଶତ ଜମି ପ୍ରକୃତିର ସଂରକ୍ଷଣ ପାଇଁ ଛଡାଯିବ ।