କୂଅରେ ପଡ଼ି ୧ ମୃତ
ପୁରୀ : ଟାଉନଥାନା ଅନ୍ତର୍ଗତ ଗୌଡ଼ବାଡ଼ ସାହିରେ ଥିବା ଯମେଶ୍ୱର ମହାଦେବଙ୍କ ମନ୍ଦିରର କୂଅରେ ଖସିପଡ଼ି ଜଣେ ସେବାୟତଙ୍କର ମୃତୁ୍ୟ ଘଟିଛି । ମୃତ ସେବାୟତଙ୍କ ନାମ ଝାଡ଼ୁ ପଣ୍ଡା ଓ ବୟସ ପ୍ରାୟ ୭୦ବର୍ଷ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଝାଡ଼ୁ ପଣ୍ଡାଙ୍କ ଶବ ଉଦ୍ଧାର କରି ଚିକିସôାଳୟକୁ ସ୍ଥାନାନ୍ତର କରିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରକାଶ ଯେ ସୋମବାର ଭୋର ୫ଟା ୧୫ମିନିଟ୍ରେ ଶ୍ରୀ ପଣ୍ଡା ଯମେଶ୍ୱର ମନ୍ଦିରର କୂଅରୁ ପାଣି କାଢୁଥିବା ବେଳେ ଗୋଡ଼ ଖସିଯିବାରୁ ସେ କୂଆ ଭିତରେ ପଡ଼ିଯାଇଥିଲେ । ଗଭୀର ପାଣି ଭିତରେ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚôଥିଲା ।