ରିଆମାଳ ବନାଞ୍ଚଳରୁ ଦନ୍ତା ହାତୀର ମୃତହେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ କାଉଁଶିତଇଲାଠାରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର। ରେଙ୍ଗାଳବେଡ଼ା ସେକ୍ସନ ଅନର୍ଗତ କାଉଁସିତଇଲା ଗାଁ ରାସ୍ତା ନିକଟରେ ହାତୀର ମୃତହେହ ଠାବ ହୋଇଛି। ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ଘଟିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ହାତୀର ମୃତଦେହ ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ବନବି ଭାଗର ଅଧିକାରୀ ରେଞ୍ଜର ନିରଞ୍ଜନ ଧରୁଆ, ଫରେଷ୍ଟର ପ୍ରଦୀପ ଶତପଥୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।