ସମୁଦ୍ରକୂଳକୁ ପରିବହନର ମାର୍ଗ ରୂପେ ପ୍ରତିଷ୍ଠା କରିବାକୁ ପ୍ରତିଶୃତିବଦ୍ଧ: କନକ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଆମେରିକାର କନସୁଲେଟ୍ ଜେନେରାଲ୍ ମିସ ଜେନିଫର ଲାର୍ସନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି  । ବୈଠକରେ ଶ୍ରୀ ସିଂହଦେଓ ଓଡିଶାର ଭୌଗୋଳିକ ଅବସ୍ଥିତି, ଖଣିଜ ସମ୍ପଦ, ଉର୍ବର ମାଟି ଓ ବିସ୍ତିର୍ଣ୍ଣ ବେଳାଭୂମି ବିଷୟରେ ମିସ ଲାର୍ସନ୍ଙ୍କୁ ଅବଗତ କରାଇଥିଲେ  । ଓଡିଶାର ଏହି ପ୍ରାକୃତିକ ସମ୍ପଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ବିଦେଶୀ ନିବେଶକଙ୍କୁ ମଧ୍ୟ ନିବେଶ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ  । ରାଜ୍ୟରେ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଥିବାରୁ ସମୁଦ୍ରକୂଳକୁ ଗନ୍ତବ୍ୟସ୍ଥଳ ଓ ପରିବହନର ମାର୍ଗ ରୂପେ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ  । ଅନୁରୂପ ଭାବରେ, ବିଜୁଳି ଓ ଶକ୍ତି କ୍ଷେତ୍ରରେ ସୌର ଉର୍ଜାର ବ୍ୟବହାରକୁ ସରକାର ଅଧିକ ପ୍ରାଧାନ୍ୟ ଦେବା ସହ ବ୍ୟବହାର ଓ ଉତ୍ପାଦନ ପାଇଁ ପ୍ରୋସôାହିତ କରୁଛନ୍ତି  । ଓଡିଶାର ଖାଦ୍ୟ ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ, ରପ୍ତାନି, ସୂଚନା ଓ ପ୍ରଯୁକ୍ତି, ବୟନ ଶିଳ୍ପ, ଶିଳ୍ପ ପ୍ରତିଷ୍ଠାନ ଭଳି କ୍ଷେତ୍ରରେ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି  । ବିଦେଶୀ ପର୍ଯ୍ୟଟକ ଓ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନିରନ୍ତର ଭିତ୍ତିଭୂମି ବିକାଶ, ନୂତନ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି, ବିନିଯୋଗ ଉପଯୋଗୀ ଲ୍ୟାଣ୍ଡ ସର୍ଭେ, ସରକାରଙ୍କ ପ୍ରୋସôାହନ ନୀତି ଏବଂ ଯୋଜନାଭିତ୍ତିକ ନିବେଶକ ଇତ୍ୟାଦି ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଥିଲେ  । ବୈଠକ ଶେଷରେ ମିସ ଲାର୍ସନ୍ ଶ୍ରୀ ସିଂହଦେଓଙ୍କୁ ଆମେରିକାର ସମସ୍ତ ନ୍ୟାସନାଲ ପାର୍କ ସମ୍ବନ୍ଧରେ ଉଲ୍ଲେଖ ଥିବା ଏକ ପୁସ୍ତକ ପ୍ରଦାନ କରିଥିଲେ ଏବଂ ଆମେରିକା ଓ ଓଡିଶା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ  ।