ମହିଳାଙ୍କ ବେକରୁ ସୁନାଚେନ ଲୁଟ୍
ନୟାହାଟ : ନୟାହାଟ ଫାଣ୍ଡି ଅନ୍ତର୍ଗତ ମଧୁବନ ଗ୍ରାମର ଜଣେ ବୟସ୍କ ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍ ହୋଇଛି । ସୂଚନାଯୋଗ୍ୟ ଯେ ମାଳତୀ ସାହୁ (୬୦) ବର୍ଷୀୟ ମହିଳା ଈଶାନପୁର ପଞ୍ଚାୟତ, ନିଜ ଘରଠାରୁ ପଚାଶ ମିଟର ଦୂରତାରେ ଫୁଲ ତୋଳୁଥିବାବେଳେ ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ତାଙ୍କ ବେକରୁ ସୁନାଚେନ ଝାମ୍ପିନେଇ କଦମ୍ବପାଟଣା ଗ୍ରାମ ଦେଇ ଦ୍ରୁତଗତିରେ ପଳାଇ ଯାଇଥିଲେ । ଏ ଘଟଣାକୁ ମହିଳାଙ୍କ ସ୍ୱାମୀ ନୟାହାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଫାଣ୍ଡିଅଧିକାରୀ ଶ୍ରୀଧର ମଲ୍ଲିକ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛନ୍ତି । ଆଗରୁ ଅନ୍ୟ ଫାଣ୍ଡି ବାବୁଙ୍କ ସମୟରେ ଲୁଟେରାମାନେ ଏଭଳି ଲୁଟ୍ ଓ ଚୋରି ଘଟଣା ଘଟାଇଛନ୍ତି । ଫାଣ୍ଡି ଅଧିକାରୀ ଶ୍ରୀଧର ମଲ୍ଲିକ ଗଣମାଧ୍ୟମ ଆଗରେ ପ୍ରକାଶ କରି କହଛନ୍ତି ଯେ ଏଇ ଘଟଣାର ତଦନ୍ତ ଚାଲିଛି ଓ ଖୁବ୍ ଶୀଘ୍ର ଅପରାଧୀକୁ ଗିରଫ କରାଯିବ ।