ସାଂସଦ ସମ୍ବିତ ପାତ୍ର ନିଖୋଜ !
Sambit Patra, Puri Politics, Odisha Rajniti
ଭୁବନେଶ୍ୱର : ପୁରୀ ସାଂସଦ ସମ୍ବିତ ପାତ୍ର ନିଖୋଜ ! ଆପଣ ଏଇଆ ଭାବୁଛନ୍ତି କି ? ବାସ୍ତବରେ ସମ୍ବିତ ପାତ୍ର ନିଖୋଜ ନାହାନ୍ତି । ସେ ଆଗଭଳି ଆଉ ପୁରୀ ସଂସଦୀୟ କ୍ଷେତ୍ର ଆସୁନଥିବାରୁ ତାଙ୍କ ବିରୋଧୀମାନେ ଏମିତି ପୋଷ୍ଟର କାନ୍ଥବାଡ଼ରେ ଲଗାଇବା ଆରମ୍ଭ କରିଛନ୍ତି । ପୁରୀର କେତେକ ସ୍ଥାନରେ ଏମିତି ପୋଷ୍ଟରକୁ ନେଇ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।
୨୦୧୯ରେ ସମ୍ବିତ ପାତ୍ର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେବି ଭଲ ଭୋଟ ଭିଡ଼ିଥିଲେ । ଅଳ୍ପକେ ସେ ପରାସ୍ତ ହୋଇଥିଲେ । ପରେ ସମ୍ବିତ ପୁଣି ପୁରୀରୁ ଲଢ଼ିବା ଲକ୍ଷ୍ୟ ନେଇ ଦିଲ୍ଲୀ ଅପେକ୍ଷା ବେଶୀ ସମୟ ପୁରୀରେ ହିଁ କଟାଉଥିଲେ । ପ୍ରତି ସପ୍ତାହରେ ସେ ଦିଲ୍ଲୀରୁ ଆସି ପୁରୀର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ମାରାଥନ ଗସ୍ତରେ ଯାଉଥିଲେ । ତେବେ ସାଂସଦ ହେବା ପରେ ସମ୍ବିତ ପୂର୍ବ ଅପେକ୍ଷା ନିଜର ଗସ୍ତ କମାଇ ଦେଇଛନ୍ତି । ଏମିତିକି ପୁରୀ ସଂସଦୀୟ କ୍ଷେତ୍ରର ପିପିଲି, ସତ୍ୟବାଦୀ, ଚିଲିକା, ରଣପୁର ଓ ବ୍ରହ୍ମଗିରିରେ ଏବେ ବିଜେପି ବିଧାୟକ ଓ ବିଧାୟିକା ଅଛନ୍ତି । ୫ ନିର୍ବାଚନମଣ୍ଡଳୀ ବିଜେପି ହାତରେ ଥିବାରୁ ବୋଧହୁଏ ସମ୍ବିତ ଆଉ ବେଶୀ ସମୟ ସଂଗଠନ ପାଇଁ ଦେବାକୁ ଚାହୁଁନଥିବା କୁହାଯାଉଛି ।