ସରପଞ୍ଚଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ
ଆସିକା : ଆସିକା ପଂଚାୟତ ସମିତି ଅନ୍ତର୍ଗତ ଖାରିଆ ସରପଞ୍ଚ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ହୋଇ ଯାଇଛି । ଆଜି ଖାରିଆ ପଂଚାୟତର ଟେକ୍ନିକାଲ ହାଇସ୍କୁଲର ଛାତ୍ର ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଶୌଚାଳୟ ଏବଂ ଏକ ପାନୀୟଜଳ ଫିଲଟରକୁ ସରପଞ୍ଚ ଜୟନ୍ତୀ ସାହୁ ଉଦଘାଟନ କରିଛନ୍ତି । ଆସିକାର ସର୍ବ ପୁରାତନ ଟେକ୍ନିକାଲ ହାଇସ୍କୁଲରେ ୪୨୮ ଜଣ ଛାତ୍ର ଛାତ୍ରୀ ଚଳିତ ଶିକ୍ଷା ବର୍ଷରେ ଅଧୟନରତ ଅଛନ୍ତି । ପିଲା ମାନଙ୍କ ନିମନ୍ତେ ଶୌଚାଳୟର ଅଭାବକୁ ବିଚାରକରି ଗତ ୨୦୨୩-୨୪ ଶିକ୍ଷା ବର୍ଷରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ମିଳିଥିବା ୦୨ ଲକ୍ଷ ୧୦ ଟଙ୍କା ବ୍ୟୟରେ ବିଦ୍ୟାଳୟ ମଧ୍ୟରେ ଶୌଚାଳୟ ନିର୍ମାଣ ହୋଇ ଥିଲା । ସେହିଭଳି ଖାରିଆ ସରପଞ୍ଚ ନିଜସ୍ୱ ହାତ ପାଣ୍ଠିରୁ ଏହି ବିଦ୍ୟାଳୟ କୁ ଏକ ବିଶୁଦ୍ଧ ପାନୀୟ ଜଳ ମେସିନ ପ୍ରଦାନ କରିଥିଲେ । ଆଜିର ଏହି ଶୁଭ ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ର, ଶିକ୍ଷକ କୈଳାସ ଚନ୍ଦ୍ର ଗୌଡ଼ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।