ଭାରସାମ୍ୟ ହରାଇଲା କାର, ୫ ଆହତ
ବାଲୁଗାଁ : ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଏକ କାର ରାସ୍ତା ତଳକୁ ଖସି ଯାଇଥିଲା । ଫଳରେ ୫ ଜଣ ଆହତ ହୋଇଛନ୍ତି । ଖବର ମୁତାବକ କାରଟି (ଓଡି୦୨ଏଏନ୩୧୨୪) ପୁରୀରୁ ବ୍ରହ୍ମପୁର ଫେରୁଥିବା ବେଳେ ଖଡ଼ିକାପଲ୍ଲୀ ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା । ଉକ୍ତ କାରରେ ତିନି ଜଣ ମହିଳା ସମେତ ୫ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।