ଘସିପୁରାରୁ ଲଢ଼ିବେ ସୌମ୍ୟ
Somyaranjan Patanaik

ଭୁବନେଶ୍ୱର : ଘସିପୁରାରୁ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ସ୍ୱାଧୀନ ଭାବେ ସେ ସେଠାରୁ ଲଢ଼ିବେ । ସମର୍ଥକଙ୍କ ଚାପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୌମ୍ୟ କହିଛନ୍ତି । ଘସିପୁରାରୁ ବିଜେଡ଼ି ଟିକେଟରେ ଲଢୁଛନ୍ତି ବଦ୍ରି ନାରାୟଣ ପାତ୍ର । ପୂର୍ବରୁ ତାଙ୍କୁ ବିଜେପି ଟିକେଟ ଅଫର କରିଥିଲା ବୋଲି ସୌମ୍ୟ କହିଥିଲେ । ତେବେ ମା’ ତାରିଣୀ ତାଙ୍କୁ ସଦବୁଦ୍ଧି ଦେବେବୋଲି ସେ ମତବ୍ୟକ୍ତ କରିଥିଲେ । ତେବେ ଗତକାଲି ବିଜେପି ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ଫଳରେ ସୌମ୍ୟ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ସୌମ୍ୟଙ୍କ ସ୍ୱାଧୀନ ଲଢ଼ିବା ନିଷ୍ପତ୍ତି ପୁଣି ତାଙ୍କୁ ଚର୍ଚ୍ଚାର ପରିଧିକୁ ଆଣିଛି । ଅପରପକ୍ଷରେ ବିଜେଡ଼ି ଟିକେଟ ନପାଇବା ପରେ ଖଣ୍ଡପଡ଼ାରୁ ଅନୁଭବ ପଟ୍ଟନାୟକ ମଧ୍ୟ ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।