୩୧ପର୍ୟ୍ୟନ୍ତ ଜାରି ରହିବ ବିଜେପିର ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ

୩୧ପର୍ୟ୍ୟନ୍ତ  ଜାରି ରହିବ ବିଜେପିର ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ

ନୂଆଦିଲ୍ଲୀ:  ରାଜ୍ୟରେ ବୁଧବାର ଠାରୁ ୩୧ତାରିଖ ପର୍ୟ୍ୟନ୍ତ ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରହିବ । ଏହାସହିତ ଚଳିତମାସ ୨୧ତାରିଖରେ ଦଳର କେନ୍ଦ୍ରୀୟ କମିଟି ବୈଠକ ବସି ଆଗାମୀ ଦିନର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ରାଷ୍ଟ୍ରବାଦରେ ବିଶ୍ୱାସ କରୁଥିବା ବିଜେପି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ବିଜେପିରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତି ୬ ବର୍ଷରେ ସଦସ୍ୟ ସଂଗ୍ରହ କରାଯାଏ । ପ୍ରଥମେ ପ୍ରାଥମିକ ସଦସ୍ୟ ହେବା ପରେ ସେମାନଙ୍କ ମଧ୍ୟରୁ ସକ୍ରିୟ ସଦସ୍ୟ ହୁଅନ୍ତି । ଏହାପରେ ବୁଥରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟସ୍ତରୀୟ କମିଟି ନିର୍ବାଚନ ହୁଏ । ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ୟ୍ୟନ୍ତ ଚାଲୁରହିଛି । ଚଳିତମାସ ୧୬ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ଅକ୍ଟୋବର ୩୧ତାରିଖ ପର୍ୟ୍ୟନ୍ତ ସକ୍ରିୟ ସଦସ୍ୟ ସଂଗ୍ରହର ପ୍ରକ୍ରିୟା ଚାଲୁ ରହିବ । ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ । ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି ।