ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ସୁଜାତା
ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ସୁଜାତା
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଗତକାଲି ବିଜେପି ତାଙ୍କ ବିରୋଧରେ ଇସିଆଇଙ୍କ ନିକଟରେ ଫେରାଦ ହୋଇଥିଲା । ମିଶନ ଶକ୍ତି ସଚିବ ହୋଇଥିବାରୁ ସେ ବିଜେଡ଼ିକୁ ଭୋଟ ଦେବା ପାଇଁ ମହିଳାଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା । ଏନେଇ ନିର୍ବାଚନ କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଦଳି କରିବାକୁ ନିଷ୍ପତ୍ତି ନେଇଥିଲେ । କାଲି ତାଙ୍କୁ ମିଶନ ଶକ୍ତି ସଚିବ ବଦଳରୁ ହଟାଇ ଦିଆଯାଇଥିଲା । ଆଜି ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି ।