ଶପଥ ନେଲେ ଜୟ ଢେ଼ାଲକିଆ  

 ଶପଥ ନେଲେ ଜୟ ଢେ଼ାଲକିଆ  

ଭୁବନେଶ୍ୱର : ଆଜି ବିଧାନ ସଭାରେ ଶପଥ ନେଲେ ନୂଆପଡ଼ା ନବ ନିର୍ବାଚିତ ବିଧାୟକ ଜୟ ଢେ଼ାଲକିଆ । ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢ଼ୀ । ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜୟ । ଆଜି ମଧ୍ୟାହ୍ନ ସମୟରେ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କ ଶପଥ ପାଠ କରାଇଲେ । ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ ଶପଥ ନେଇଛନ୍ତି । ଶପଥ ପାଠ ପରେ ଜୟ କହିଛନ୍ତି,  ଆଜି ତାଙ୍କ ବାପାଙ୍କର ଜନ୍ମଦିନ । ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ସେ ପୁରଣ କରିବା ସହ ନୂଆପଡ଼ା ବାସୀଙ୍କ ଭରଷାକୁ ବଞ୍ଚାଇ ରଖିବେ । 

    ଚଳିତ ବର୍ଷ ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୧୪ରେ ହୋଇଥିବା ଭୋଗ ଗଣତିରେ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ବିଜେଡିର ପ୍ରତିଦ୍ୱନ୍ଦୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାଜିତ କରିଥିଲେ ଜୟ ଢୋଲକିଆ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗୁରୁବାର ଦିନ ବାଚସ୍ପତି ଜୟ ଢୋଲକିଆଙ୍କୁ ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି । ବିଧାନସଭାର ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ଜୟ ଢୋଲକିଆ ।