ବର୍ଷା ଦିନେ କେମିତି ନେବେ ମେକ୍ ଅପ୍ ?
ବର୍ଷାଦିନେ ନିଅନ୍ତୁ ୱାଟର ପ୍ରୁଫ୍ ମେକ୍ଅପ୍ :
ବର୍ଷାଦିନେ ଅଧିକ ମେକ ଅପ୍ ନିଅନ୍ତୁ ନାହିଁ । କାରଣ ବର୍ଷାରେ ଭିଜିଲେ ମେକ୍ଅପ୍ ଖରାପ ହେବା ସମ୍ଭାବନା ରହିଛି । ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ, ତେବେ ଅନ୍ତତଃ ଥରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ । ରାତିରେ ଏହାକୁ ଲଗାଇଲେ ତ୍ୱଚା ସୁନ୍ଦର ରହିଥାଏ । ଅଏଲି ସ୍କିନ୍ ପ୍ରଡକ୍ଟ ଲଗାନ୍ତୁ ନାହିଁ । ତ୍ୱଚାରେ ଅଧିକ ମଶ୍ଚରାଇଜର, କ୍ରିମ୍ ବେସ୍ ଫାଉଣ୍ଡେଶନ କିମ୍ବା କନ୍ସିଲର ବ୍ୟବହାର କରନ୍ତୁ ନାହିଁ । ଆପଣ ଚାହିଁଲେ ମେକ୍ଅପ୍ ନେବା ପୂର୍ବରୁ କାଲାମାଇନ୍ ଲୋଶନ ଲଗାଇପାରିବେ, ଯାହାକି ତ୍ୱଚାକୁ ଅଧିକ ଅଏଲି କରିବ ନାହିଁ । ଟୋନର ତ୍ୱଚାକୁ ପରିଷ୍କାର ଓ ନମନୀୟ ରଖିଥାଏ । ମୁହଁ ଧୋଇବା ପୂର୍ବରୁ ପ୍ରତିଦିନ ଟୋନର ବ୍ୟବହାର କରନ୍ତୁ ଏବଂ ଷ୍ଟ୍ରବେରି, ମ୍ୟାଙ୍ଗୋ, ପିଚ୍ ଏବଂ ଅମୃତଭଣ୍ଡା ଆଦି ଫ୍ରୁଟ୍ର ଫେସ୍ପ୍ୟାକ୍ ବ୍ୟବହାର ତ୍ୱଚା ପାଇଁ ଭଲ । ଦିନକୁ ୨ ଥର ଏହି ପ୍ୟାକ୍ ଲଗାନ୍ତୁ । ଏହା ତ୍ୱଚାର ରନ୍ଧ୍ରକୁ ବନ୍ଦ କରିଥାଏ । ଦିନକୁ ୮-୧୦ ଗ୍ଲାସ୍ ପାଣି ପିଅନ୍ତୁ । ଏହାଦ୍ୱାରା ତ୍ୱଚା ହାଇଡ୍ରେଟ୍ ରହିବା ସହ ଚମକ ବି ଆସିଥାଏ ।