ବାସ୍ତୁଶାସ୍ତ୍ର କୁହେ, ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏସବୁ

ହିନ୍ଦୁ ଧର୍ମରେ ସୂର୍ଯ୍ୟଦୋୟ ଓ ସୂର୍ୟ୍ୟାସ୍ତ ସହ ଜଡିତ କିଛି ନିୟମ ବର୍ଣ୍ଣନା କରାଯାଇଛି । ଏହି ନିୟମ ଅନୁଯାୟୀ, ଏପରି ଅନେକ କାମ ରହିଛି, ଯାହାକୁ ସମୟ ଅନୁଯାୟୀ କରିବାକୁ ବାରଣ ହୋଇଛି ।
ସେହି କାର୍ଯ୍ୟକୁ କରିବା ଦ୍ୱାରା ଜୀବନରେ ସମସ୍ୟା ସହ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏପରି ଅନେକ ଜିନିଷ ରହିଛି, ଯାହାକୁ ସୂର୍ଯ୍ୟାସ୍ତ ପରେ ଘରକୁ ଆଣିବାକୁ ବାରଣ କରାଯାଇଛି । ନଚେତ୍ ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହନ୍ତି ।
ସୂର୍ୟ୍ୟାସ୍ତ ପରେ ଦେବୀ-ଦେବତାଙ୍କ ଭଙ୍ଗା ମୂର୍ତ୍ତିକୁ କେବେ ବି ଭୁଲ୍ରେ ମଧ୍ୟ ଘରକୁ ଆଣନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଏପରି ମୂର୍ତ୍ତି ଯଦି ଘରେ ଅଛି ତେବେ ତୁରନ୍ତ ଏହାକୁ ନଦୀରେ ବିସର୍ଜନ କରି ଦିଅନ୍ତୁ । ସୂର୍ଯ୍ୟାସ୍ତ ପରେ ବନ୍ଦ ଘଣ୍ଟାକୁ ଘରକୁ ଆଣନ୍ତୁ ନାହିଁ । ଏହାଦ୍ୱାରା ଘରେ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୁଏ ବୋଲି ବିଶ୍ୱାସ ରହିଛି । ଏପରି କରିବା ଦ୍ୱାରା ଉନ୍ନତି ମାର୍ଗରେ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି ପୁରୁଣା , ଭଙ୍ଗା ଜିନିଷ କିମ୍ବା ପୁରୁଣା ପୋଷାକ ଆଦିକୁ ଆଦୌ ଘରେ ରଖିବା ଉଚିତ୍ ନୁହେଁ । ସୂର୍ଯ୍ୟାସ୍ତ ପରେ ପୁରୁଣା ଖବର କାଗଜ କିମ୍ବା ଅନ୍ୟ ପୁରୁଣା ଜିନିଷକୁ ଆଦୌ ଘରକୁ ଆଣନ୍ତୁ ନାହିଁ । ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଘରେ ବହୁଦିନରୁ ପୁରୁଣା ଖବର କାଗଜ ଥିଲେ, ଏହାକୁ ଅଧିକ ଦିନ ପର୍ୟ୍ୟନ୍ତ ଘରେ ରଖନ୍ତୁ ନାହିଁ । ମନେ ରଖିବେ ସୂର୍ୟ୍ୟାସ୍ତ ପରେ କଣ୍ଟା ଜାତୀୟ ଗଛକୁ କଦାପି ଘରକୁ ଆଣନ୍ତୁ ନାହିଁ । କାରଣ ଏହା ଗୃହ ମଧ୍ୟରେ କଳହ ସୃଷ୍ଟିର ପ୍ରମୁଖ କାରଣ ହୋଇପାରେ ।