ଭୋକର ଭୂଗୋଳ ଓ ଦାରିଦ୍ର୍ୟର ମାନଚିତ୍ର
ସୋମେନ୍ଦ୍ର ଜେନା : ଜିଲର ରାଜଧାନୀ ରିଓ ଡେ ଜେନେରୋର ଆଧୁନିକ ଚିତ୍ରକଳା ସଂଗ୍ରହାଳୟଠାରେ ଜି ୨୦ ରାଷ୍ଟ୍ର ସମୂହର ନେତୃବୃନ୍ଦଙ୍କର ୧୯ଶ ବୈ÷ଠକ ନଭେମ୍ବର ୧୮-୧୯ ଦୁଇଦିନଧରି ନିକଟରେ ଅନୁଷ୍ଠିତ ହୋଇଯାଇଛି । ବ୍ରାଜିଲରେ ଜି ୨୦ ବୈ÷ଠକ ଆୟୋଜନ ହେବା ଏହା ପ୍ରଥମ ଥିଲା । ୨୦୨୩ରେ ଆଫ୍ରିକୀୟ ସଂଘକୁ ସାମିଲ କରାଯିବା ପରେ ଏହାର ସଦସ୍ୟତା ସଂଖ୍ୟା ୨୧କୁ ବୃଦ୍ଧି ପାଇଥିଲେ ମଧ୍ୟ ଗୋଷ୍ଠୀର ନାମ ପରିବର୍ତ୍ତନ କରାଯାଇନାହିଁ । ଚଳିତବର୍ଷର ଆଲୋଚନାରେ ଜି ୨୦ଗୋଷ୍ଠୀର ସଦସ୍ୟରାଷ୍ଟ୍ରମାନଙ୍କ ଛଡା ଆଙ୍ଗୋଲା, ମାଲି, ଇଜିପ୍ଟ, ମାଲେସିଆ, ଇରାନ ଓ ସିଙ୍ଗାପୁର ନିମନ୍ତ୍ରିତ ରାଷ୍ଟ୍ରଭାବେ ଯୋଗଦାନ କରିଥିଲେ । ଆନ୍ତର୍ଜାତିକ ଅନୁଷ୍ଠାନ ମଧ୍ୟରେ ବିଶ୍ୱବ୍ୟାଙ୍କ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱ ବାଣିଜ୍ୟ ସଂଗଠନ, ଜାତିସଂଘ, ବିଶ୍ୱ ଶ୍ରମିକ ସଂଗଠନ ବିଶ୍ୱ ବିକାଶ ବ୍ୟାଙ୍କ, ବିଶ୍ୱ ମୁଦ୍ରା ପାଣ୍ଠି, ୟୁନେସ୍କୋ ସମେତ ଅନ୍ୟାନ୍ୟ ସଂସ୍ଥାର ୧୫ଜଣ ମୁଖ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭା ଏହି ବୈ÷ଠକରେ ଅଧ୍ୟକ୍ଷତା କରିଥିଲେ ।
ଗତବର୍ଷ ୨୦୨୩ରେ ଭାରତର ନୂଆଦିଲ୍ଲୀଠାରେ ଜି୨୦ର ବୈ÷ଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ବୈ÷ଠକରେ ଅଧ୍ୟକ୍ଷତା କରିଥିଲେ । ୧ ଡିସେମ୍ବର ୨୦୨୩ରେ ଜି୨୦ର ଅଧ୍ୟକ୍ଷତା ଦାୟିତ୍ୱ ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଇନାସିଓ ଦା ସିଲ୍ଭା ବିଧିବଦ୍ଧ ଭାବେ ଗ୍ରହଣ କରିଥିଲେ । ନିରନ୍ତର ବିକାଶଶୀଳ ଜଗତ ନିର୍ମାଣ ଥିଲା ତାଙ୍କର ବି·ର । ଯାହାକୁ ସେ ଆଗକୁ ନେବାକୁ ଯାଇ ‘ଭୋକର ଭୂଗୋଳ ଓ ଦାରିଦ୍ର୍ୟର ମାନଚିତ୍ର’ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି । ୨୦୨୪ର ଜି୨୦ ବୈ÷ଠକ ପାଇଁ ବ୍ରାଜିଲ ପକ୍ଷରୁ ତିନୋଟି ବିଷୟକୁ ରଖାଯାଇଥିଲା- (୧) ଅନାହାର ବିରୋଧୀ ସଂଗ୍ରାମରେ ସମାଜକୁ ସଂପୃକ୍ତ କରିବା, (୨) ଶକ୍ତିର ସଂକଟ ଓ ନିରନ୍ତର ସାମାଜିକ, ଆର୍ଥକ ଏବଂ ପରିବେଶଗତ ବିକାଶ, (୩) ଜାତିସଂଘ ପରି ବିଶ୍ୱ ସଂଗଠନ ଗୁଡିକରେ ସଂସ୍କାର ।
ବ୍ରାଜିଲ ରାଷ୍ଟ୍ରପତି ଲୁଲା ୧୦ ସେପ୍ଟେମ୍ବର ୨୦୨୩ରେ ଭାରତରେ ଜି୨୦ ରାଷ୍ଟ୍ରଗୋଷ୍ଠୀର ଆଲୋଚନାରେ ଅଂଶଗ୍ରହଣ କରି ଜଳବାୟୁ ପରିବର୍ତ୍ତନ ପାଇଁ ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟଗୋଷ୍ଠୀ ଗଠନ ଲାଗି ଆହ୍ୱାନ ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କ ମଧ୍ୟରେ ଅସମାନତା ହ୍ରାସ ପାଇଁ ପଦକ୍ଷେପ ନେବାକୁ ସେ କହିଥିଲେ । ଆନ୍ତର୍ଜାତିକ ସ୍ତରର ସଂଗଠନଗୁଡିକର ସମନ୍ୱିତ ସଂସ୍କାର ଅଣାଯିବା ସଂକ୍ରାନ୍ତରେ ଲୁଲା ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବ୍ୟାଙ୍କ, ବିଶ୍ୱ ମୁଦ୍ରା ପାଣ୍ଠି, ବିଶ୍ୱ ବାଣିଜ୍ୟ ସଂଗଠନ, ଜାତିସଂଘର ସୁରକ୍ଷା ପଦିଷଦରେ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧି ସଂଖ୍ୟା ବୃଦ୍ଧି କରିବା, ବିଶ୍ୱ ପଟଳରେ ଦକ୍ଷିଣ ବିଶ୍ୱର ପ୍ରଭାବ ବୃଦ୍ଧି କରାଯିବା ଲାଗି ଉଲ୍ଲେଖ କରିଥିଲେ । ପ୍ରଥମ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ସିଭିଲ ସୋସାଇଟି ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡିକୁୁ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଶିଖର ବୈ÷ଠକ ନିମିତ୍ତ ସେମାନଙ୍କ ପରାମର୍ଶ ପାଇଁ ଆହ୍ୱାନ ଦେଇଥିଲେ । ତଦନୁଯାୟୀ ୨୪ ଜୁଲାଇ ୨୦୨୪ରେ ବ୍ରାଜିଲ ସରକାରଙ୍କ ଦ୍ୱାରା କ୍ଷୁଧା ଓ ଦାରିଦ୍ର୍ୟ ବିରୋଧୀ ଆନ୍ତର୍ଜାତିକ ମେଣ୍ଟ ଗଠନ ନିମନ୍ତେ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ୨୦୨୪ନଭେମ୍ବର ଆଲୋଚନା କାଳରେ ସେହି ପ୍ରସ୍ତାବପତ୍ରରେ ସଂଶୋଧନ ଆଣିବାକୁ କୁହାଯାଇଥିଲା । ବ୍ରାଜିଲ ସରକାର ଜି୨୦ ବୈ÷ଠକକୁ ଦେଶର ୧୫ଟି ସହରରେ ପହଞ୍ଚାଇବା ସହ କାର୍ଯ୍ୟକ୍ରମ ଆୟୋଜନ ନିମିତ୍ତ ୬୦ ମିଲିଅନ ଡଲାର ପ୍ରଦାନ କରିଥିଲେ । ୨୧-୨୨ ଫେବୃଆରୀ ୨୦୨୪ରେ ଦେଶରେ ଅନୁଷ୍ଠିତ ଜି୨୦ ରାଷ୍ଟ୍ରସମୂହର ବୈ÷ଦେଶିକ ମନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମ ଲାଗି ସରକାର ପ୍ରାୟ ୧୨୦୦ ସେନା ଯବାନ ଓ ଅଧିକାରୀ, ପୋଲିସ ଅଧିକାରୀଙ୍କୁ ମୁତୟନ କରିଥିଲେ । ଆଲୋଚନାସ୍ଥଳୀ ଥିବା ଆଧୁନିକ କଳା ସଂଗ୍ରହାଳୟ (ରିଓ) ଠାରେ ଅଧିକ ନିର୍ମାଣ ପାଇଁ ପ୍ରାୟ ୭.୬ ମିଲିଅନ ଆମେରିକା ଡଲାର ଖର୍ଚ୍ଚ କରିଥିଲେ । ଏପ୍ରିଲ ମାସରେ ସୁରକ୍ଷା ପାଇଁ ମକଡ୍ରିଲ କରାଯାଇଥିଲା । ସାଣ୍ଟୋସ ଡୁମଣ୍ଟ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ବ୍ରାଜିଲର ବାୟୁସେନା ଆକାଶମାର୍ଗରୁ ସୁରକ୍ଷା ଦେବାକୁ ନିଯୁକ୍ତ ହେବେ ବୋଲି କୁହାଯାଇଥିଲା । ଆଲୋଚନା ପାଇଁ ସରକାର ପ୍ରାୟ ୨୦ ହଜାର ସୁରକ୍ଷାକର୍ମୀ, ପୋଲିସ ଓ ଯବାନଙ୍କୁ ମୁତୟନ କରିଥିଲେ । ସେମାନେ ୮ଟି କେନ୍ଦ୍ରରେ ସୁରକ୍ଷା ଦେବା ପାଇଁ ନିଯୁକ୍ତ ଥିଲେ । ବିଷୟ ଦୃଷ୍ଟିରୁ ରୁଷିଆ- ୟୁକ୍ରେନ ଯୁଦ୍ଧ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଗିରଫ କରାଯିବାଲାଗି ଆନ୍ତର୍ଜାତିକ ଅଦାଲତ ଗିରଫ ପରୱାନା ଜାରି କରିଥିଲା । ୯ ସେପ୍ଟେମ୍ବର ୨୦୨୩ ଦିନ ଲୁଲା କହିଥିଲେ ଯେ ପରବର୍ତ୍ତୀ ବର୍ଷ ୨୦୨୪ରେ ପୁତିନ ରିଓଠାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈ÷ଠକରେ ଯୋଗଦାନ କରିପାରିବେ । କିନ୍ତୁ ବସ୍ତୁସ୍ଥିିତି ସେପରି ନଥିଲା । ଡିସେମ୍ବର ୨୦୨୩ରେ ଲୁଲା କହିଲେ ଯେ ବ୍ରାଜିଲରେ ପୁତିନ ଗିରଫ ହୋଇପାରନ୍ତି, କିନ୍ତୁ ଏହାର ନିଷ୍ପତ୍ତି କେବଳ ବ୍ରାଜିଲର ସ୍ୱାଧୀନ ନ୍ୟାୟପାଳିକା ନେବ, ସରକାର ନୁହେଁ । ଫଳତଃ ୧୮ ଅକ୍ଟୋବର ୨୦୨୪ରେ ପୁତିନ ନିଜ ଆଡୁ କହିଲେ, “ମୋ ଗସ୍ତ ଗୋଷ୍ଠୀର କାର୍ଯ୍ୟକୁ ବାଧା ପହଞ୍ଚାଇବାର ସମ୍ଭାବନା ରହିଛି ।” ତେଣୁ ସେ ବୈ÷ଠକକୁ ନଆସିବାକୁ ନିଷ୍ପତ୍ତି ନେଇ ବିଦେଶ ମନ୍ତ୍ରୀ ଲାଭାରୋଭଙ୍କୁ ପଠାଇଲେ ।
ସଂପ୍ରତି ବିଶ୍ୱ ଏକ ସନ୍ଧିକ୍ଷଣ ସମୟ ଦେଇ ଗତି କରୁଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପରେ ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନ ରିପବ୍ଲିକାନ ଦଳର ଟ୍ରମ୍ପ ସରକାର କ୍ଷମତା ଗ୍ରହଣ କରିବା ପୂର୍ବରୁ ଚତୁର୍ଦ୍ଦିଗରେ ବ୍ୟାପକ ଅସ୍ଥିରତା ସୃଷ୍ଟି କରିବା ଉଦ୍ୟମ ଆରମ୍ଭ କରିଛନ୍ତି । ୟୁକ୍ରେନକୁ ରୁଷିଆର ମସ୍କୋକୁ ରକେଟମାଡ କରିବାଲାଗି ବାଇଡେନ କ୍ଷେପଣାସ୍ତ୍ର ପ୍ରଦାନ କରିଛନ୍ତି । ଏଣେ ଭାରତ ବିରୋଧରେ ନୂତନ ମୋର୍ଚ୍ଚା ଖୋଲିବା ଲାଗି ନିଜ ଇକୋସିଷ୍ଟମକୁ ସକ୍ରିୟ କରି ଦେଇଛନ୍ତି । ଯାହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ବାଇଡେନଙ୍କ ସିଷ୍ଟମ୍ସ ଭାବେ ଭାରତରେ କାର୍ଯ୍ୟରତ ରାହୁଲ ଗାନ୍ଧି ମଧ୍ୟ ଆମେରିକା ତାଳରେ ନାଚିବା ଆରମ୍ଭ କରିଦେଇଛନ୍ତି । ଆଦାନୀଙ୍କ ବିରୁଦ୍ଧରେ ଅତୀତରେ ଆମେରିକାରେ ଅଭିଯୋଗ ଉଠିଥିଲା, ଯାହାପରେ ମିଛ ବୋଲି ଜଣାପଡିଲା । ଏବେ ମଧ୍ୟ ଠିକ୍ ସେମିତି ନୂଆ ଅଭିଯୋଗ ଉଠିଛି । ଆଉ ସେମାନଙ୍କ ଦଳରେ ଭାରତର କଂଗ୍ରେସ ଦଳ ମଧ୍ୟ ଅଭିଯୋଗ ଆଣି ନାଚିବାରେ ଲାଗିଛି ଲେଫ୍ଟ ଲିବରାଲ-ଇସଲାମିଷ୍ଟ ସିଷ୍ଟମ ଆମେରିକାରେ ଦୁର୍ବଳ ହେଲାପରି ଭାରତରେ ଏହି ସିଷ୍ଟମ୍ସ ଭାବେ ପରିଚିତ କଂଗ୍ରେସ ଦଳ ମଧ୍ୟ ସମାନ ଢଙ୍ଗରେ ଦୁର୍ବଳ ହେଲାବେଳେ ଦଙ୍ଗା, ଜଳାପୋଡା, ମିଛ ଅଭିଯୋଗ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବାକୁ ଲାଗିପଡିଛି । ତେଣୁ ଜି ୨୦ ବୈ÷ଠକରେ ଯୋଗ ଦେଇଥିବା ଭାରତ ମଧ୍ୟ ଆମେରିକାକ ଇକୋ ସିଷ୍ଟମ୍ସ ପ୍ରତି ସତର୍କ ରହି କାର୍ଯ୍ୟ କରୁଛି । ନିକଟରେ ବଙ୍ଗଳାଦେଶ କ୍ଷମତା ପରିବର୍ତ୍ତନରେ ସଫଳ ହୋଇଥିବା ବାଇଡେନ ପ୍ରଶାସନ ଭାରତରେ କ୍ଷମତା ପରିବର୍ତ୍ତନ କରିବାକୁ ଯଥେଷ୍ଟ ଉଦ୍ୟମ କରିଥିଲା । ସାହିନବାଗର ଦଙ୍ଗା, ସିଙ୍ଗୁ ସୀମାରେ କୃଷକଙ୍କ ଧାରଣା, ପଞ୍ଜାବରେ ଖାଲିସ୍ଥାନରେ ଅଭୁ୍ୟଦୟ, ତାମିଲନାଡୁ ଓ କର୍ଣ୍ଣାଟକରେ ଭାରତ ବିରୋଧୀ ଆଭିମୁଖ୍ୟ, କେରଳରେ ଦେଶ ବିରୋଧୀ ନୀତି ଗ୍ରହଣ ଆଦି ଏହାର କାରଣ । ତେଣୁ ଜି ୨୦ ବୈ÷ଠକ କାଳରେ ଭାରତ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିଛି । ଖାଲିସ୍ଥାନୀ ସନ୍ତ୍ରାସବାଦୀଙ୍କୁ ସମର୍ଥନ ଦେଉଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱ ଦେଇ ନଥିଲେ । ଅପରପକ୍ଷେ ସେ ବୈ÷ଠକର ସୁଯୋଗରେ ଅନେକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ଅବସରରେ ବ୍ରାଜିଲ ଦ୍ୱାରା ଗଠିତ କ୍ଷୁଧା ଓ ଦାରିଦ୍ର୍ୟ ବିରୋଧୀ ବିଶ୍ୱ ମେଣ୍ଟରେ ୧୪୭ତମ ସଦସ୍ୟ ଭାବେ ଭାରତ ଯୋଗଦାନ କରିଥିଲା । ଦ୍ୱିପାକ୍ଷିକ ଆଲୋଚନା ବେଳେ ବ୍ରାଜିଲ ଭାରତକୁ ନିଜ ପ୍ରତିରକ୍ଷା ପରିବହନ ବିମାନ ଦେଇ ଭାରତରୁ ତେଜସ ଯୁଦ୍ଧ ବିମାନ ପାଇବାକୁ ଇଛାପ୍ରକାଶ କରିଥିଲା । ଏହା ବସ୍ତୁ ବଦଳରେ ବସ୍ତୁ ପ୍ରଦାନ ଢାଞ୍ଚାରେ ହେବ ବୋଲି କହିଥିଲା । ଭାରତ ପାଇଁ ଏହା ଏକ ଭଲ ସୁଯୋଗ ବୋଲି କହିବାକୁ ହେବ । କାରଣ ତେଜସ ଯୁଦ୍ଧ ବିମାନର ଅନେକ ପ୍ରଶଂସା ଅତୀତରେ ଶୁଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ଗ୍ରାହକ ପାଇବା କଷ୍ଟକର ହୋଇଛି । ବ୍ରାଜିଲ ଯଦି ତେଜସ ନେବାକୁ ସକ୍ଷମ ହୁଏ ତେବେ ସେ ଭାରତର ପ୍ରଥମ ଯୁଦ୍ଧବିମାନ ଗ୍ରାହକ ହେବ, ଯାହା ·ହୁଁଛି । ଏହି ଶିଖର ଆଲୋଚନାରେ ଜି୨୦ର ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଜର୍ମାନୀ, ଫ୍ରାନ୍ସ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା, ବ୍ରାଜିଲ ଆଦି ରାଷ୍ଟ୍ରର ମୁଖ୍ୟ କିମ୍ବା ପ୍ରତିନିଧି ଯୋଗଦାନ କରିଥିଲେ । ତେବେ ଜି ୨୦ ବୈ÷ଠକକୁ ସଫଳ କରିବାଲାଗି ପ୍ରୟାସ ଗତବର୍ଷରୁ ଆରମ୍ଭ ହୋଇଥିଲା । ୧ ଡିସେମ୍ବର ୨୦୨୩ରେ ବ୍ରାଜିଲ ହାତକୁ ଏହାର ଅଧ୍ୟକ୍ଷତା ଆସିଲା ପରେ ଲୁଲା ଦା ସିଲଭା ଅତି ସଫଳତାର ସହ ପରି·ଳନା କରିଥିଲେ । ୨୧-୨୨ ଫେବୃଆରୀ ୨୦୨୪ରେ ଜି୨୦ ବିଦେଶମନ୍ତ୍ରୀମାନଙ୍କର ବୈଠକ ହୋଇଥିଲା । ୨୮-୨୯ଫେବୃଆରୀ ୨୦୨୪ରେ ସାଓ ପାଓଲୋ ସହରରେ ଜି ୨୦ ସଦସ୍ୟ ରାଷ୍ଟ୍ରଗୁଡିକର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ଏକ ବୈ÷ଠକ ହୋଇଥିଲା । ୧୩ମାର୍ଚ୍ଚ ୨୦୨୪ରେ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ସ୍ୱାସ୍ଥ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଆଭାସୀ ବ୍ୟବସ୍ଥାରେ ହୋଇଥିଲା । ନିସିଆ ତ୍ରିନିଦାଦେଙ୍କ ଅଧ୍ୟକ୍ଷତାରେ ଜି୨୦ ସ୍ୱାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀ ଆଲୋଚନା ହୋଇଥିଲା । ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଟେକ୍ନୋଲୋଜି ସବୁ ରାଷ୍ଟ୍ରଙ୍କୁ ଦେବା ଉପରେ ଜୋର ଦିଆଯାଇଥିଲା । ୨୨-୨୩ ଜୁଲାଇ ୨୦୨୪ରେ ରିଓ ଡି ଜେନେରୋଠାରେ ବିକାଶମନ୍ତ୍ରୀମାନଙ୍କ ବୈ÷ଠକ ହୋଇଥିଲା । ୨୫-୨୬ ଜୁଲାଇଲେ ରିଓଠାରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ବୈ÷ଠକ ହୋଇଥିଲା, ଯେଉଁଥିରେ ଆନ୍ତର୍ଜାତିକ ଟିକସ ସହାୟତା ପାଇଁ ଆଲୋଚନା ହୋଇଥିଲା । ସେମିତି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀସ୍ତରିୟ ବୈଠକରେ କାର୍ଯ୍ୟକ୍ଷେତ୍ରରେ ଥିବା ଅସମାନତାକୁ ହ୍ରାସ କରାଯିବା ଲାଗି ସ୍ଥିର ହୋଇଥିଲା । କାର୍ଯ୍ୟ କ୍ଷେତ୍ରରେ ଶ୍ରମିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବାଲାଗି କୁହାଯାଇଥିଲା । ୧୨-୧୩ ସେପ୍ଟେମ୍ବର ୨୦୨୪ରେ ମାଟୋ ଗ୍ରୋସୋ ରାଜ୍ୟରେ ଜି୨୦ କୃଷିମନ୍ତ୍ରିସ୍ତରୀୟ ବୈ÷ଠକ ଅନୁଷ୍ଠିତ ହୋଇଥିଲା । ୧୯ ସେପ୍ଟେମ୍ବର ୨୦୨୪ରେ ମନାଉସଠାରେ ନବସର୍ଜନ ଓ ଗବେଷଣା ପାଇଁ ମନ୍ତ୍ରୀସ୍ତରୀୟ ବୈ÷ଠକ ଆୟୋଜିତ ହୋଇଥିଲା । ଏଠାରେ ବିବିଧତା, ସମାନତା, ଗ୍ରହଣଶୀଳତାକୁ ବିଜ୍ଞାନ,ବୈ÷ଷୟିକଜ୍ଞାନ ଓ ନବସର୍ଜନ ସହ ସମ୍ମିଶ୍ରଣ କରାଯିବାଲାଗି ମତପ୍ରକାଶ ପାଇଥିଲା । ୨୧ ସେପ୍ଟେମ୍ବର ୨୦୨୪ରେ ବେଲେମଠାରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀସ୍ତରୀୟ ବୈ÷ଠକ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟଟନ କ୍ଷେତ୍ରରେ ଯୋଗ୍ୟତା ପଦକ୍ଷେପ ଓ ବୈ÷ଷୟିକ ପ୍ରଶିକ୍ଷଣ ଉପରେ ଜୋରଦେବାକୁ ମତ ଉଠିଥିଲା । ୨୭ ସେପ୍ଟେମ୍ବର ୨୦୨୪ରେ ଜି୨୦ ଅର୍ଥ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କର ମିଳିତ ବୈ÷ଠକ ଏମ୍ପକ୍ସର ମୁକାବିଲା ପାଇଁ ହୋଇଥିଲା । ରିଓ ଡି ଜେନେରୋଠାରେ ୩ ଅକ୍ଟୋବର ୨୦୨୪ରେ ଜଳବାୟୁ ଓ ପରିବେଶ ମନ୍ତ୍ରୀମାନଙ୍କର ବୈ÷ଠକ ହୋଇଥିଲା । ୪ ଅକ୍ଟୋବର ୨୦୨୪ରେ ଫୋଜ୍ ଡୁ ଇଗନାକୁଠାରେ ଶକ୍ତି ମନ୍ତ୍ରୀମାନଙ୍କର ବୈଠକରେ ଶୁଦ୍ଧ, ସ୍ଥାୟୀ ସହଜରେ ଉପଲବ୍ଧ ଶକ୍ତିର ଯୋଗାଣ ଦରିଦ୍ର ଲୋକମାନଙ୍କୁ କରାଯିବା ଦରକାର ବୋଲି ମତପ୍ରକାଶ ପାଇଥିଲା । ୧୦ ଅକ୍ଟୋବର ୨୦୨୪ରେ ବ୍ରାସିଲିଆଠାରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା ହୋଇଥିଲା । (କ୍ରମଶଃ)
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩