ସିରିଜ୍ ଦୁର୍ଘଟଣାରେ  ୪ ଆହତ, ୧ ଗୁରୁତର

 ବୈଶିଙ୍ଗା  : ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା -ରୁପସା ରାସ୍ତାର କଦଳିଆ ନିକଟରେ ଆଜି ଶନିବାର ସନ୍ଧ୍ୟାରେ ଏକ ସିରିଜ୍ ଦୁର୍ଘଟଣା ଘଟି ଚାରି ଜଣ ଆହତ ହୋଇଥିବା ବେଳେ କୁନି ଝୀଅଟିକୁ ଗୁରୁତର ଭାବେ ବାଲେଶ୍ୱର ସ୍ଥାନାନ୍ତରୀତ କରାଯାଇଥିବା ଜଣାଯାଇଛି  । ଘଟଣାରୁ ପ୍ରକାଶ ଏହି ଥାନା ଅଧିନ ବାଛୁରୀପଡ଼ା ଗ୍ରାମର ପିତାମ୍ବର ସାହୁ (୪୦) ନିଜ ଅଟୋ ଯୋଗେ ଝୀଅ ସୁପ୍ରୀୟା (୬) କୁ ନେଇ ଝୀଅର ଜନ୍ମଦିନ ପାଇଁ ବୈଶିଙ୍ଗା ମାର୍କେଟିଂ କରିବାକୁ ଆସୁଥିଲେ ଓ ଅପର ପଟରୁ କେନ୍ଦୁଆ ଏକ୍ସିସ ବ୍ୟାଙ୍କରେ ଚାକିରୀ କରୁଥିବା ଉମାକାନ୍ତ ଲେଙ୍କାଙ୍କ ପୁଅ ଲିପୁନ(୨୬) ଓ ତାର ସାଙ୍ଗ ଏକ ବାଇକ୍ରେ ଯାଉଥିବା ବେଳେ ପଛ ପଟରୁ ଆଉ ଏକ ବାଇକ୍ରେ ଏହି ଥାନା ଅଧିନ ପଣସିଆ ଗ୍ରାମର ୰କାଲା ସିଂଙ୍କ ପୁଅ ବାଇଦୁ (୪୫) ଏବଂ ସେହି ଗ୍ରାମର ହରିଶ ଚନ୍ଦ୍ର ସାହୁଙ୍କ ପୁଅ ଭାଗବତ (୫୦) ଦୃତ ଗତିରେ ପଛପଟୁ ଯାଇ ସାମ୍ନା ବାଇକକୁ ଧକ୍କା ଦେଇ ଆଗରୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲା  । ଫଳରେ ଅଟୋରେ ଥିବା କୁନି ଝିଅ ସୁପ୍ରୀୟାର ଗୋଡ ସଂପୂର୍ଣ୍ଣ ଭାଙ୍ଗିଯାଇ ଥିଲା । ଅପର ପକ୍ଷରେ ଦୁଇଟି ବାଇକର ଚାରିଜଣ ଯାକ ଆହତ ହୋଇଥିଲେ  । ସ୍ଥାନୀୟ ଲୋକଙ୍କ ଜରିଆରେ ସମସ୍ତ ଙ୍କୁ ବୈଶିଙ୍ଗା ଡାକ୍ତରଖାନା ଅଣା ଯାଇଥିଲା  । ଏଠାରେ ପ୍ରାଥମିକ ଚିକିସôା ପରେ କୁନି ଝିଅର ଗୋଡଟିକୁ  ବ୍ୟାଣ୍ଡେଜ କରି ପ୍ରଥମେ ତାକୁ ବାଲେଶ୍ୱର ପଠାଇ ଦିଆ ଯାଇଥିଲା  । ଅନ୍ୟମାନେ ଆହତ ଅବସ୍ଥାରେ ବୈଶିଙ୍ଗାରେ ଚିକିସôିତ ହେଉ ଥିବା ଜଣାଯାଇଛି  ।