ଏସିଡ୍ ଆକ୍ରମଣ ରୋକିବା ନେଇ ସଚେତନତା

 ଜଗତସିଂହପୁର : ଜଗତସିଂହପୁର ପୌର ପରିଷସ୍ଥିତ ପୁରୋହିତପୁର ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଲସା ଯୋଜନା ଅନୁଯାୟୀ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ଆଇନ୍ ସହାୟତା, ଦଣ୍ଡବିଧାନ ଆଇନ୍ ଏବଂ ଓଡିଶା ପିଡିତା କ୍ଷତି ପୂରଣ ଯୋଜନା ସମ୍ପର୍କରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ସଚିବଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ପସ୍ଥିତ ଥିଲେ । ପ୍ରାଧିକରଣ ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ସହ ଏସିଡ୍ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଆଇନଗତ ବ୍ୟବସ୍ଥା, ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିଆଯାଉଥିବା ଆଇନଗତ ସହାୟତା ଏବଂ ଓଡିଶା ପୀଡିତା କ୍ଷତିପୂରଣ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ  ।