ଘରୁ ଚାଲିଯାଇଥାନ୍ତି ମା’ ଲକ୍ଷ୍ମୀ : କରନ୍ତୁ ନାହିଁ ଏହି ଭୁଲ୍

ଆଚାର୍ଯ୍ୟ ଚାଣକ୍ୟଙ୍କୁ ନିଜର ନୀତିଶାସ୍ତ୍ରରେ ଧନସମ୍ପତ୍ତିକୁ ନେଇ ଅନେକ କିଛି ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ମନୁଷ୍ୟ ଦ୍ୱାରା ଜାଣତରେ ହେଉ କିମ୍ବା ଅଜଣାତରେ କରାଯାଉଥିବା ଭୁଲ ବିଷୟରେ ରହିଛି, ଯାହାଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲିଯାଇଥାନ୍ତି। ଫଳସ୍ବରୂପ ଘରେ ଧନର ଅଭାବ ପରିଲକ୍ଷିତ ହୋଇଥାଏ।
ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ ଲଗାଇବା ଦ୍ୱାରା ଲକ୍ଷ୍ମୀ ଖପ୍ପା ହୋଇଯାଆନ୍ତି। ଏଣୁ ସନ୍ଧ୍ୟା ସମୟରେ ଝାଡ଼ୁ-ପୋଛା କେବେ ବି କରିବା ଉଚିତ ନୁହେଁ। ଯଦି କୌଣସି କାରଣରୁ ଝାଡ଼ୁ ଲଗାଇ ପାରି ନାହାନ୍ତି ତେବେ ଅଳିଆକୁ ସାଙ୍ଗେ ସାଙ୍ଗେ ଘରୁ ବାହାର କରନ୍ତୁ ନାହିଁ।
-ଚାଣକ୍ୟ କୁହନ୍ତି ଅଜଥା ଜିନିଷ କିଣାରେ ଟଙ୍କା ଖର୍ଚ୍ଚ କରୁଥିବା ନଚେତ ଦେଖେଇ ହେଉଥିବା ଲୋକେ ଆର୍ଥିକ ସଙ୍କଟ ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଣୁ ମନୁଷ୍ୟକୁ ସର୍ବଦା ଠିକ୍ ସ୍ଥାନରେ ଟଙ୍କା ଖର୍ଚ୍ଚ କରିବା ଉଚିତ।
-ଚାଣକ୍ୟ କୁହନ୍ତି ଯେଉଁ ଲୋକ ବୟସ୍କ, ବିଦ୍ୱାନ, ମହିଳା ଅଥବା ଗରିବଙ୍କୁ ହଇରାଣ କରିଥାଏ, ତାଙ୍କର ଅପମାନ କରିଥାଏ, ମା’ ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ହୋଇ ନ ଥାଏ। ଏହାଛଡ଼ା ଯେଉଁମାନେ ମାତା-ପିତା ତୁଲ୍ୟ କିମ୍ବା ଶିକ୍ଷକଙ୍କ ସହ ଅଭଦ୍ର ଭାଷାରେ କଥା ହୁଅନ୍ତି ସେମାନଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳି ନ ଥାଏ।
ଭୁଲରେ ବି ଗ୍ୟାସ୍ ଉପରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ଚୁଲା ଉପରେ କିମ୍ବା ଆଖପାଖରେ ଅଇଁଠା ବାସନ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ଖପ୍ପା ହୋଇଯାଇଥାନ୍ତି। ଘରର ସୁଖଶାନ୍ତି ଉପରେ ବି ଏହାର ପ୍ରଭାବ ପଡ଼ିଥାଏ। ଘରେ ଦରିଦ୍ରତା ବାସ କରିଥାଏ। ଅର୍ଥାତ ଖରାପ ସମୟ ଆରମ୍ଭ ହୋଇଥାଏ।