ହାର୍ଟଆଟାକର ମୁଖ୍ୟ କାରଣ,ବହଳିଆ ରକ୍ତ

ହାର୍ଟଆଟାକର ମୁଖ୍ୟ କାରଣ,ବହଳିଆ ରକ୍ତ

ରକ୍ତ ବହଳିଆ ହେବା ହାର୍ଟଆଟାକର ମୁଖ୍ୟ କାରଣ  । ରକ୍ତ ବହଳିଆହେବା ଦ୍ୱାରା ଶୀଘ୍ର ଜମାଟ ବାନ୍ଧିଥାଏ। ଏହା ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥାଏ। କାରଣ, ବହଳିଆ ରକ୍ତ ହାର୍ଟଆଟାକ, ଷ୍ଟ୍ରୋକ ଇତ୍ୟାଦି ବିପଦକୁ ବଢ଼ାଇଥାଏ । ସେଥିପାଇଁ ରକ୍ତକୁ ପତଳା କରିବା ଲାଗି ବିଭିନ୍ନ ପଦକ୍ଷେପ ଘରେ ମଧ୍ୟ କରାଯାଇ ପାରିବ। ଲକ୍ଷ୍ନୌର ରେଗୁନ ହସ୍ପିଟାଲର ଡାଏଟିସିଆନ ଏବଂ ଡାଇବେଟିସ ପରାମର୍ଶ ଦାତା ରିତୁ ତ୍ରିବେଦୀଙ୍କ ଅନୁସାରେ ଘରେ ପ୍ରତିଦିନ ରସୁଣ, ହଳଦୀ, ଅଦା, ଗ୍ରୀନ ଟି ତଥା ଭିଟାମିନ ସି ଯୁକ୍ତ ଫଳ ଖାଇବା ଦ୍ୱାରା ରକ୍ତ ପତଳା ହୋଇଥାଏ।
ରସୁଣରେ ଥିବା ଏକପ୍ରକାର ଯୌଗିକ ରକ୍ତ ଜମାଟ କରୁଥିବା ପ୍ରୋଟିନ ଫାଇବ୍ରିନୋଜେନର ଉତ୍ପାଦନକୁ ହ୍ରାସ କରିଥାଏ। ଫଳରେ ରକ୍ତ ପତଳା ରହିଥାଏ।
ସେହିପରି ଅଦାରେ ଜିଞ୍ଜରୋଲ ନାମକ ପ୍ରାକୃତିକ ଆଣ୍ଟି-ଇନଫ୍ଲାମେଟୋରୀ ଯୌଗିକ ଥାଏ। ଜିଞ୍ଜରୋଲ ପ୍ଲାଲେଟ ଏଗ୍ରିଗେଶନ ହ୍ରାସ କରେ। ଯାହା ରକ୍ତକୁ ପତଳା ରଖେ ଏବଂ ସୁସ୍ଥ ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାଯ୍ୟ କରେ ।

ହଳଦୀ ଭାରତୀୟ ରୋଷେଇର ଏହି ଗୁରୁତ୍ୱପୂର୍ଣ୍ଣ ମସଲା। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଏକ ଔଷଧ ଭାବେ କାର୍ଯ୍ୟ କରେ। ଏଥିରେ କର୍କୁମିନ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଥାଏ। କର୍କୁମିନ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ଭରପୂର। ଏହି କାରଣରୁ, ଏହା ଯୋଗୁ ରକ୍ତ ଜମାଟ ବାନ୍ଧେ ନାହିଁ ଏବଂ ଶରୀରରେ ରକ୍ତ ପ୍ରବାହ ସ୍ବାଭାବିକ ରହିଥାଏ ।

ଭିଟାମିନ ସି ଥିବା ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଭଳି ପରିସ୍ଥିତିରେ କମଳା, ଲେମ୍ବୁ, ଅଙ୍ଗୁର, କିୱି ପରି ଖଟା ଫଳ ନିୟମିତ ଖାଇବା ଉଚିତ। ଭିଟାମିନ ସି ସହିତ ବାୟୋଫ୍ଲୋନାଏଏଡ ମଧ୍ୟ ଏହି ଫଳଗୁଡ଼ିକରେ ପ୍ରଚୁର ପରିମାଣରେ ଥାଏ। ଏହି ଦୁଇଟି ଶରୀର କୋଷର କାନ୍ଥକୁ ମଜବୁତ କରେ ଏବଂ ସେମାନଙ୍କର ଫୁଲାକୁ ଦୂର କରେ । ଫଳରେ ରକ୍ତରେ କ୍ଲଟ ସୃଷ୍ଟି ହୁଏ ନାହିଁ ଏବଂ ଶରୀରରେ ରକ୍ତ ସହଜରେ ପ୍ରବାହିତ ହୁଏ ।

 ଗ୍ରୀନ ଟିରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ। ଏଥିରେ ଥିବା କ୍ୟାଟେଚିନ ନାମକ ଉପାଦାନ ରକ୍ତକୁ ପତଳା କରିଥାଏ ଏବଂ ଜମାଟ ବାନ୍ଧିବାକୁ ରୋକିଥାଏ। ରକ୍ତ ଜମାଟ ବାନ୍ଧିବାରେ ଜଡିତ ଦୁଇଟି ପ୍ରମୁଖ ପ୍ରୋଟିନ ଫାଇବ୍ରିନୋଜେନ ଏବଂ ଥ୍ରୋମ୍ବିନକୁ ପ୍ରତିରୋଧ କରିବାରେ କ୍ୟାଟେଚିନ କାର୍ଯ୍ୟ କରେ । କ୍ୟାଟେଚିନ ଫାଇବ୍ରିନୋଜେନ ଏବଂ ଥ୍ରୋମ୍ବିନର ଉତ୍ପାଦନ ହ୍ରାସ କରି ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ ।