ନିଜକୁ ପଚାର, ପାଇଲ କ’ଣ ? : କୁଚକ୍ରୀ ଓ ଈର୍ଷାଳୁଙ୍କ ଚକ୍ରବୂ୍ୟହରେ ଅଚୁ୍ୟତ

ରାଜନୈତିକ, ସାମାଜିକ, ଗଣମାଧ୍ୟମ, ସବୁରି ଶିବିରରେ ଏବେ ଅଚୁ୍ୟତ ସାମନ୍ତ ଓ କିଟ୍କୁ ନେଇ ଚର୍ଚ୍ଚା । ସ୍ଥିତି ଏମିତି ହୋଇଛିଯେ, ସତେଯେମିତି ନେପାଳ ଛାତ୍ରଛାତ୍ରୀଙ୍କ ଘଟଣାରେ ଓଡ଼ିଶା ଉପରେ ଏକ ଉଲକା ପିଣ୍ଡ ଖସିପଡ଼ିଛି । ଅନ୍ତର୍ଜାତୀୟସ୍ତରରେ ସତେଯେମିତି ସବୁ ଓଡ଼ିଆଙ୍କ ନାକ ନିଶ କଟିଯାଇଛି । କିଛି କୁଚକ୍ରୀ ଓ ଈର୍ଷାଳୁ ବ୍ୟକ୍ତିମାନେ ପୁଟମାରି ନିଜ ନିଜ ଏଜେଣ୍ଡାରେ ଚାଲିଛନ୍ତି । ଗାଏମୋଟ୍ କହିଲେ ଅଚୁ୍ୟତଙ୍କୁ ନୁ୍ୟନ କରିବା ପାଇଁ ଚକ୍ରବୁ୍ୟହ ବି ରଚାଯାଇଛି । ତେବେ ଗଣମାଧ୍ୟମଗୁଡ଼ିକ ଯେଉଁଭଳି ନିଜ ବ୍ୟକ୍ତିଗତ ଏଜେଣ୍ଡାକୁ ନେଇ ଖବର ପରିବେଷଣ କରୁଛନ୍ତି, ଦିନ ଆସିବ ଲୋକେ ପଚାରିବେ, ପାଇଲ କ’ଣ ?
ଚିଟ୍ଫଣ୍ଡ ଘଟଣାରେ ଗଣମାଧ୍ୟମର ମାଲିକ ଗିରଫ ହେଲେ । ଅଭିଯୋଗ ଥିଲା, ଏମାନେ କୁଆଡ଼େ ଧମକାଇ ବିଜ୍ଞାପନ ନେଇଥିଲେ । କିନ୍ତୁ କେଉଁ ଗଣମାଧ୍ୟମ ବିଜ୍ଞାପନ ନେଇନଥିଲେ ? ସବୁ ଗଣମାଧ୍ୟମ ନେଇଥିଲେ । ଚିଟଫଣ୍ଡ ଭଳି ସଂସ୍ଥା କେବଳ ଚାପରେ ଦିଅନ୍ତି ନା ଭଲ ପାଇକି ବିଜ୍ଞାପନ ଦିଅନ୍ତି । କିଏ ବଡ଼ ମିଡ଼ିଆ ଟିଆରପିର ଡରାଣ ଦେଖାଇଥିଲା ତ ଆଉ କିଏ କହିଥିବେ ଆମକୁ ବିଜ୍ଞାପନ ନଦେଲେ ଆମେ ଲେଖିବୁ । କଥା ଏଇଆ ତ ? କିନ୍ତୁ ସେ ଗଣମାଧ୍ୟମର ମାଲିକ ନିଜେ ଚିଟଫଣ୍ଡ ସଂସ୍ଥା କରିନଥିଲେ କି କାହାକୁ ସେଥିରେ ଟଙ୍କା ରଖିବାକୁ ବାଧ୍ୟ କରୁନଥିଲେ । ଅନ୍ୟ ମିଡ଼ିଆକୁ ଯଦି ବିଜ୍ଞାପନ ଦେଉଛ, ତେବେ ଆମକୁ ଦିଅ । ଆଜିକାଲି ଗଣମାଧ୍ୟମର ବ୍ୟବସାୟିକ କଥାକୁ ଦେଖିଲେ କେଉଁ ଗଣମାଧ୍ୟମ ଛାତିରେ ହାତ ରଖି କହିବ, ଆମେ ବିଜ୍ଞାପନ ପାଇଁ କାହାକୁ ଚାପ ପକାଇନୁ କି ବିଜ୍ଞାପନ ଦାତାଙ୍କ ଖବର ଚାପୁନୁ । ଆଜ୍ଞା ହାତୀର ଦେଖାଇବା ଦାନ୍ତ ଓ ଖାଇବା ଦାନ୍ତ କଥା ସମସ୍ତେ ଜାଣନ୍ତି । କିନ୍ତୁ ସେତେବେଳେ ଏହି ଦୁଇ ମାଲିକଙ୍କୁ ଛୋଟ ବଡ଼ ଗଣମାଧ୍ୟମ ଏମିତି ଚିତ୍ରଣ କଲେଯେ, ସତେଯେମିତି ଏଇ ଦୁଇଟି ମିଡ଼ିଆ ଆଉ ମାଲିକଙ୍କ ପାଇଁ ଓଡ଼ିଶାର ଅର୍ଥନୀତି ଖିନଭିନ ହୋଇଗଲା, ୟାଠୁ ବଡ଼ ଅପରାଧ ବୋଧେ ଆଉ କିଛି ନାହିଁ । ଦିନ ଦିନ ଧରି ବଡ଼ ବଡ଼ ଗଣମାଧ୍ୟମ ଫଟୋ, ଭିଡ଼ିଓ ଦେଖାଇ ସେମାନଙ୍କୁ ଏମିତି ଚିତ୍ରିତ କଲେ ସତେଯେମିତି ଚିଟଫଣ୍ଡ କେଳେଙ୍କାରୀ ପାଇଁ ଏମାନେ ହିଁ ଦାୟୀ ? ଆଉ ବାକି ସମସ୍ତେ ସତୀ ସାବିତ୍ରୀ । ହେଲେ ଦଶ ବର୍ଷ ପରେ ବି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସରକାର ଟଙ୍କା ଫେରାଇ ପାରିଲେନି । ଏଥିପାଇଁ କିଏ ଦାୟୀ ହେବେ ଥରେ ଭାବନ୍ତୁ । କିନ୍ତୁ ସମସ୍ତଙ୍କ ପାଟି ଚୁପ୍... ।
ଏମିତି ଦିନ ଆସିଲା ବଡ଼ ଗଣମାଧ୍ୟମ ବି ସମାନ ଖାଲରେ ପଡ଼ିଲେ । ସମ୍ ହସପିଟାଲରେ ନିଅାଁ ଲାଗିଗଲା । ରୋଗୀ ମରିଯିବା ଭଳି ଦୁଃଖଦ ଓ ସମ୍ବେଦନଶୀଳ ଘଟଣା ଘଟିଲା । କିନ୍ତୁ ଏଥିପାଇଁ ମାଲିକ ଦାୟୀ ଥିଲେ କି ? ନାଁ, କିନ୍ତୁ ସବୁ ମିଡ଼ିଆ ମନୋଜ ନାୟକଙ୍କ ବାନ୍ଧ ବାନ୍ଧ ବୋଲି ଚିକôାର କଲେ । କିଛି ନେତା ତଥା ଗଣମାଧ୍ୟମ ମାଲିକ ଜାତୀୟସ୍ତରର ନୁ୍ୟଜ ଚ୍ୟାନେଲକୁ ହାତବାରିସି କରି ଏହାକୁ ନାସନାଲ ଇସୁ୍ୟ ବି କରିଦେଲେ । ଶେଷରେ ସୋଆ ଭଳି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ସମ୍ ଭଳି ଏକ ବୃହତ ହସପିଟାଲ୍ ଚେନ୍ ପ୍ରତିଷ୍ଠା କରିଥିବା ମନୋଜ ନାୟକଙ୍କୁ ଗିରଫ କରାଗଲା । କିନ୍ତୁ ଥରେ ଭାବିଲେ ଯଦି ସରକାରୀ ହସପିଟାଲରେ ଏଭଳି ଘଟଣା ଘଟିଥା’ନ୍ତା ସ୍ୱାସ୍ଥ୍ୟ ମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ସଚିବଙ୍କୁ ଗିରଫ କରିବା ସମୀଚିନ କି ? ନାଁ ଏମିତି କେବେ ଘଟିଛି କି ?
କଥା ଏତିକିରେ ସରିଲାନି, ଦିନେ ବୈଜୟନ୍ତ ପଣ୍ଡାଙ୍କ ପାଳି ବି ପଡ଼ିଲା । ଜଣେ ସାଂସଦଙ୍କୁ ଟେକା ମାରି ମୁଣ୍ଡ ଫଟାଇଦେଲେ । ତାଙ୍କର ଭୁଲ୍ ଥିଲା, ସେ କୁଆଡ଼େ ନବୀନ ବାବୁଙ୍କ ବିରୋଧରେ କହିଲେ । କିନ୍ତୁ ଅପରାଧିଙ୍କ ପଛରେ କି ବିଜେଡ଼ିର ଏଭଳି ଆଚରଣ ବିରୋଧରେ କହିବା ବଦଳରେ ସମସ୍ତେ ବୈଜୟନ୍ତ ପଣ୍ଡାଙ୍କୁ ଭିଲିଆନ୍ କରିଦେଲେ । ସେତେବେଳେ ଗଣମାଧ୍ୟମର ଖବର ପ୍ରସାରଣ ତରିକା ଏମିତି ଥିଲା, ମନେ ହେଉଥିଲା ବୈଜୟନ୍ତଙ୍କୁ ଢ଼େଲା ମାଡ଼ ତାଙ୍କୁ କଷ୍ଟ ଦେବା ବଦଳରେ ଖୁସି ଦେଇଛି । ଖାଲି ସେତିକିନୁହେଁ ତାଙ୍କ ଅଫିସରେ ଯୌନ କୁକର୍ମର ଖବର ଆସିଲା । ସମସ୍ତେ ଜାଣନ୍ତି, ବୈଜୟନ୍ତ ବାବୁ ବେପାର କରନ୍ତି ଓ ରାଜନୀତି କରନ୍ତି । କିନ୍ତୁ ଖବର ଏମିତି ପ୍ରଚାର ହେଲା ସତେଯେମିତି ବୈଜୟନ୍ତ ବାବୁ ହିଁ ସେଥିପାଇଁ ଦାୟୀ । କିନ୍ତୁ ସେତେବେଳେ ଯଦି ବୈଜୟନ୍ତଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥା’ନ୍ତେ ତେବେ ସିଧା ଆଟେମ୍ପଟୁ ମର୍ଡ଼ର ଦଫା ଲାଗିଥା’ନ୍ତା ।
ଏବେ ଆସିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଡ଼କୁ । ସେ ତାଙ୍କ କର୍ମଚାରୀଙ୍କ ନାମରେ ଋଣ ନେଉଥିଲେ ଆଉ ତାକୁ ଶୁଝୁଥିଲେ । କର୍ମଚାରୀଙ୍କ ବି କିଛି ଅସୁବିଧା ନଥିଲା । ହେଲେ ସୌମ୍ୟବାବୁ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ବିଷୟରେ ଲେଖିଦେବା ପରେ ଚାଲିଲା କେଶ୍ ପରେ କେଶ୍ । ଅଫିସ ଭିତରେ ଚଢ଼ାଉ, ସମ୍ବାଦ ବନ୍ଦ କରିବାର ଧମକ ଏମିତି କେତେକ’ଣ ଘଟିଲା । ସରକାରଯେ, ଦାଉ ସାଧୁଥିଲେ ତାହା ସମସ୍ତେ ଦେଖୁଥିଲେ । କିନ୍ତୁ ସୌମ୍ୟବାବୁଙ୍କୁ ଗଣମାଧ୍ୟମଗୁଡ଼ିକ ଏମିତି ଚିତ୍ରଣ କଲେ, ସତେଯେମିତି ସବୁ ମାଲିକ ସତୀ । ସମସ୍ତେ ଆଇନର ପରିଧିରେ ରହି, କର୍ମଚାରୀଙ୍କ ପାଇଁ ଥିବା ଶ୍ରମ ନିୟମ ମାନି କାମ କରୁଛନ୍ତି । ରାଜ୍ୟର ଏହି ଏକ ନମ୍ବର ମିଡ଼ିଆ ହାଉସଟି କିନ୍ତୁ ସବୁ ଭୁଲ୍ କରୁଛି । ବିଚରା ସୌମ୍ୟବାବୁ ଗିରଫ ହେବା ବଦଳରେ ନିଜ ଅଫିସ ଛାଡ଼ି ଘରେ ଚୁପ୍ ବସିବାକୁ ଶ୍ରେୟସ୍କର ମନେ କରିଥିଲେ । ଏବେ ଆସିବା ଅଚୁ୍ୟତ ସାମନ୍ତଙ୍କ ଆଡ଼କୁ । କିଟ୍ରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କଲେ । ଆତ୍ମହତ୍ୟା ପରେ ଅପରାଧିଙ୍କୁ ଗିରଫ ଦାବି କରି ନେପାଳ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଲେ । କିଛି କର୍ମଚାରୀ ଅଧିକ ଉତ୍ସାହିତ ହୋଇ ନେପାଳ ଛାତ୍ରଛାତ୍ରୀଙ୍କୁ ମନଇଚ୍ଛା ଗାଳି କଲେ । ସିକୁ୍ୟରିଟି ପିଲାଙ୍କୁ ମାଡ଼ ମାରିଲେ । ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅପରାଧି ଗିରଫ ହୋଇ ଜେଲ୍ରେ ଅଛି । ଛାତ୍ରଛାତ୍ରୀଙ୍କୁ ଗାଳି ଦେଇଥିବା ଲୋକଙ୍କୁ ବହିଷ୍କାର କରାଯାଇଛି । ସିକୁ୍ୟରିଟି ଗାର୍ଡ଼ମାନେ ଜେଲ୍ରେ ଅଛନ୍ତି । ଏଥିପାଇଁ ଦାୟୀ ପରିଚାଳନା କମିଟିର ଲୋକଙ୍କ ନାମରେ ମାମଲା ହେବା ସହ ସେମାନଙ୍କୁ ବି ଗିରଫ କରାଯାଇଛି । ଅତଏବ ପୁଲିସ୍ ଆଇନଗତ ଦିଗରୁ ଓ କିଟ୍ ବି ମ୍ୟାନଜେମଣ୍ଟ ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି । ଏହି ସମ୍ବେଦନଶୀଳ ଘଟଣାରେ କିଟ୍ କ୍ଷମା ମାଗିଛି । ପିଲାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରାଯିବା ସହ ବୃତ୍ତି ଭଳି ଅନ୍ୟ କେତେକ ଘୋଷଣା କରିଛନ୍ତି । ଅର୍ଥାତ୍ ସବୁ କଥାକୁ ଅନୁଶୀଳନ କଲେ ଅଚୁ୍ୟତ ସାମନ୍ତ ଏଘଟଣାରେ ଯାହା କିଛି ତ୍ରୁଟି ଥିବା ଅନୁଭବ କରିଥିଲେ ତାହାକୁ ସୁଧାରିବା ପାଇଁ କାର୍ଯ୍ୟ କରିସାରିଛନ୍ତି । କିନ୍ତୁ ତଥାପିବି କିଛି ନେତା ଓ ଗଣମାଧ୍ୟମର ଜିଦ୍ ତାଙ୍କୁ ଗିରଫ କରାଯାଉ । ଆମେ ଜାଣିଛେଯେ, ଅଚୁ୍ୟତ ବାବୁ ନେପାଳୀ ଝିଅର ବୟଫ୍ରେଣ୍ଡର ସମ୍ପର୍କୀୟ ନଥିଲେଯେ ଘଣ୍ଟ ଘୋଡ଼ାଉଥିଲେ । ସେ ପିଲାଙ୍କୁ ପିଟିନଥିଲେକି ନେପାଳ ବିଷୟରେ ଇଆଡ଼ୁସିଆଡ଼ୁ ଟିପ୍ପଣୀ ଦେଇନଥିଲେ । ତାହେଲେ ଦୋଷ କେଉଁଠି ? ତାଙ୍କର ଦୋଷ ହେଉଛି, ସାଧାରଣ ଲୋକଟେ ଆଜି ଭାରତର ପ୍ରତିଷ୍ଠିତ ଦୁଇଟି ବିଶ୍ୱବିଦ୍ୟାଳୟ କିଟ୍ ଓ କିସ୍ କାହିଁକି ପ୍ରତିଷ୍ଠା କଲେ? ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଓ ରୋଜଗାରର ମାଧ୍ୟମ ଦେଲେ । ଆମେ ବେସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାହାର ଲୋକଙ୍କୁ ଆମନ୍ତ୍ରଣ କରୁଛୁ । ଶହ ଶହ ଏକର ମୂଲ୍ୟବାନ ଜମି ଦେବାରେ କାର୍ପଣ୍ୟ ପ୍ରକାଶ କରୁନାହୁଁ । କିନ୍ତୁ ଓଡ଼ିଆ ଲୋକଟେ ନିଜ ଦମ୍ରେ ବିଶ୍ୱବିଦ୍ୟାଳୟ କଲେ ଆମେ ଜମି ମାଫିଆ ବୋଲି କହୁଛୁ । ସତେଯେମିତି ଅଚୁ୍ୟତ ବାବୁ ପ୍ଳଟିଂ କରି ଜମି କି ଫ୍ଲାଟ ବେପାର କରୁଥିଲେ । ଗୁଗୁଲରେ ସର୍ଚ୍ଚ କରନ୍ତୁ, ଓଡ଼ିଶାର ଟେକ କିଟ୍ କି କିସ୍ ରଖିଛି କି ନାହିଁ ଜାଣିପାରିବେ । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନୋବେଲ ବିଜେତାଙ୍କ ଠାରୁ ନେଇ ବିଦେଶୀ ରାଷ୍ଟ୍ରଦୂତ କିଟ୍ ଭ୍ରମଣ କରି କିକି ଟିପ୍ପଣୀ ଦେଇଛନ୍ତି ଆମେ ଜାଣିଛେ । ୬୦ଟି ଦେଶର ପିଲା କିଟ୍ରେ ପଢୁଥିବାବେଳେ ୮୦ରୁ ଉଦ୍ଧ୍ୱର୍ ଦେଶରେ କିଟ୍ରେ ପିଲାମାନେ ଚାକିରୀ ବି କରିଛନ୍ତି । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ବି କରୁଛନ୍ତି । କିନ୍ତୁ କେତେକ କୁଚକ୍ରୀ ତାଙ୍କୁ ମିଶନାରୀ ସଜାଇବାକୁ ବି ପଛାଉନାହାନ୍ତି । ଏବେ କିଛି କିଛି ରାଜନୈତିକ ହେଉକି ସାମାଜିକ ସଂଗଠନ ଆନେ୍ଦାଳନ କରୁଛନ୍ତି । ସେଠାରେ କେତେ ସଂଖ୍ୟକ ଆନେ୍ଦାଳନ କରୁଛନ୍ତି ଟିଭି ପରଦାରେ ଆମେ ସବୁ ଦେଖୁଛେ । କିନ୍ତୁ ଯଦି କିଟ୍ ତା ସପକ୍ଷବାଦୀ ଆନେ୍ଦାଳନ କରିବ ଗୋଟିଏ ଦିନରେ ବି ହଜାର ହଜାର ଲୋକ ଆସି ଠିଆ ହୋଇଯିବେ । ତେବେ ସେମାନେ ଏହା ଚାହୁଁନାହାନ୍ତି । କାହିଁକିନା ଆଜି ନୁହେଁ ବିଗତ କିଛି ବର୍ଷ ଧରି ଏମିତି ସେ ଈର୍ଷାଳୁ ଓ କୁଚକ୍ରୀ ଚକ୍ରବୁ୍ୟହରେ ପଡ଼ି ଆସିଛନ୍ତି । ଜନ ସମର୍ଥନରେ ସେ ପୁଣି ଚକ୍ରବୁ୍ୟହରୁ ମୁକୁଳିବାର ବି ନଜିର ରହିଛି । ତେବେ ସେ ଯାହାହେଉନା କାହିଁକି ରାଜନୈତିକ ଚାପ ହେଉ ବା ଅନ୍ୟ କୌଣସି ଚାପରେ ଏବେ ଅଚୁ୍ୟତ ସାମନ୍ତ କାଠଗଡ଼ାରେ ଠିଆ ହୋଇଛନ୍ତି । ସରକାରଙ୍କ ଉଚ୍ଚସ୍ତରୀୟ କମିଟି ସମସ୍ତଙ୍କ ମତାମତ ଆଧାରରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ସାରିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ସରକାର ଏ ରିପୋର୍ଟ ପାଇବେ । ତେଣିକି କି କାର୍ଯ୍ୟାନୁଷ୍ଠାନ ହେବ ତାହା ସରକାର ସ୍ଥିର କରିବେ । କିନ୍ତୁ ଜଣଙ୍କୁ ଈର୍ଷାରେ ବା ତାଙ୍କୁ ନୁ୍ୟନ କରିବା ପାଇଁ ଚାଲିଥିବା ବାଦିପାଲାକୁ ଇତିହାସ କେଉଁ ଦୃଷ୍ଟିରେ ଦେଖିବ ସେ କଥା ଭାବିଲେ ଭଲ । ଅତଏବ ଏବେ ଓଡ଼ିଶାର ଗଣମାଧ୍ୟମ, ରାଜନେତା, ସାମାଜିକ କର୍ମୀ ସମସ୍ତେ ଅନୁଶୀଳନ କରିବା ଦରକାର ଆମେ ପାଇଲେ କ’ଣ ?