ସାମଗ୍ରୀରେ ସଂଶୋଧିତ ମୂଲ୍ୟ ବାଧ୍ୟତାମୂଳକ: କେନ୍ଦ୍ର

ଜିଏସଟି ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିଦେ୍ର୍ଦଶ । ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ସମସ୍ତ ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିଦେ୍ର୍ଦଶ ମିଳିଛି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଜନା ଦେଇଛନ୍ତି । ଜିଏସଟି ସଂଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ଜରୁରୀ । ହ୍ରାସ ପାଇଥିବା ଜିଏସଟି ଅନୁସାରେ ନୂଆ ଦର ଲାଗୁ ହେବା ଆବଶ୍ୟକ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଉକ୍ତ ନିଦେ୍ର୍ଦଶନାମା ଲାଗୁ ହେବ । ପୁରୁଣା ମୂଲ୍ୟ ନ ଲିଭାଇ ତା’ପାଖରେ ନୂଆ ମୂଲ୍ୟ ଉଲ୍ଲେଖ ରହିବ ।