ରାଜ୍ୟପାଳଙ୍କ ସହ  ମହା ଡାକପାଳଙ୍କ ସାକ୍ଷାତ

 ଭୁବନେଶ୍ୱର  : ଓଡ଼ିଶା ମଣ୍ଡଳର ମୁଖ୍ୟ ମହା ଡାକପାଳ ନିର୍ମଳଜିତ ସିଂହ, ଆଇପିଓଏସ୍ (୧୯୯୭) ଏବଂ ଡାକ ସେବା ନିଦେ୍ର୍ଦଶକ ଅମିତ କୁମାର ଝା, ଆଇପିଓଏସ୍ (୨୦୧୫),  ରାଜଭବନ ଠାରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ରାଜ୍ୟପାଳଙ୍କୁ ରାଜ୍ୟର ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଡାକ ସେବା ଏବଂ ଭାରତୀୟ ଡାକର ଆଗାମୀ ଆଇଟି ଆଧୁନିକୀକରଣ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ । ଯାହା ଅତ୍ୟନ୍ତ ଗ୍ରାହକ ଅନୁକୂଳ ହେବ । ଓଡ଼ିଶା ମଣ୍ଡଳ ମୁଖ୍ୟ ମହା ଡାକପାଳ ଓଡ଼ିଶାର ରାଜ୍ୟପାଳଙ୍କୁ ଗୋଟିଏ "ମାଇଁ ଷ୍ଟାମ୍ପ’ ପ୍ରଦାନ କରିଥିଲେ ।