ଭାରତ ବିରୋଧରେ ଷଡଯନ୍ତ୍ର କରୁଛି ଚାଇନା

 ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ହେବ ଗୃହଯୁଦ୍ଧରେ ଫସିଛି। ଯୁଦ୍ଧ କ୍ଷେତ୍ରରେ ଆରାକାନ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟ ପାର୍ଶ୍ୱରେ, ଜୁଣ୍ଟା ଶାସନର ସେନା ଅଛି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ ଏବଂ ଚୀନ ସମେତ ଅନ୍ୟାନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରୁଛି। ଚାଇନା ମିଆଁମାରର ପରିସ୍ଥିତିକୁ ନିଜ ଲାଭ ପାଇଁ ବ୍ୟବହାର କରିବାକୁ ଏବଂ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ଏହା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ଯାହାକୁ ନେଇ ଗୋଇନ୍ଦା ସଂସ୍ଥାଗୁଡ଼ିକ ମିଆଁମାରରେ ଚାଇନାର ବଢ଼ୁଥିବା ପ୍ରଭାବ ବିଷୟରେ ଭାରତକୁ ସତର୍କ କରାଇ ଦେଇଛନ୍ତି। ଗୋଇନ୍ଦା ସଂସ୍ଥାଗୁଡ଼ିକ ଚେତାବନୀ ଦେଇଛନ୍ତି, ମିଆଁମାରରେ ଚାଇନାର ବଢ଼ୁଥିବା ପ୍ରଭାବ ଭାରତ ପାଇଁ ଏକ ବଡ଼ ବିପଦ ପାଲଟିଛି। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଚାଇନାର ଟାର୍ଗେଟରେ ଅଛି କାରଣ ଏହା ଏକ ସମ୍ବେଦନଶୀଳ ରାଜ୍ୟ ଯେଉଁଠାରେ ଦୀର୍ଘ ସମୟ ଧରି ଅଶାନ୍ତି ଲାଗି ରହିଛି।
ଚାଇନାର ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, ଭାରତକୁ ଭାରତ ଏବଂ ମିଆଁମାର ମଧ୍ୟରେ ଥିବା ୧୬୯୩ କିଲୋମିଟର ଲମ୍ବା ସୀମା ଉପରେ କଡ଼ା ନଜର ରଖିବାକୁ ପଡିବ। ଚାଇନାର ମିଆଁମାର ସୀମାନ୍ତ ୟୁନାନ ପ୍ରଦେଶରେ ଏକ ଅତ୍ୟାଧୁନିକ ରାଡାର ସିଷ୍ଟମ ସ୍ଥାପନ କରିଛି। ଏହା ସାହାଯ୍ୟରେ ଚାଇନା ସମଗ୍ର ଅଞ୍ଚଳ ଉପରେ ନଜର ରଖିପାରିବ। ଏହା ବ୍ୟତୀତ, ଚାଇନା ମିଆଁମାରର ଜଣ୍ଟା ସେନା ସହିତ ମଧ୍ୟ ଜଡିତ, ଅନ୍ୟପକ୍ଷରେ ଏହା ଆରାକାନ ସେନା ଭଳି ସଶସ୍ତ୍ର ଗୋଷ୍ଠୀକୁ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ। ଅର୍ଥାତ୍‌ ଚାଇନା ଏକ ଦ୍ୱୈତ ନୀତି ବ୍ୟବହାର କରୁଛି। ଚାଇନାର ରଣନୀତି ଷ୍ଟ୍ରିଙ୍ଗ ଅଫ ପଲର୍‌ସ ତତ୍ତ୍ୱ ଉପରେ ଆଧାରିତ। ଏହି ରଣନୀତି ମାଧ୍ୟମରେ, ଚାଇନାର ତାର ରଣନୈତିକ ସ୍ଥାନ ଏବଂ ସହଯୋଗୀ ଦେଶରେ ତାର ନେଟୱାର୍କକୁ ମଜଭୁତ କରି ଭାରତକୁ ଘେରିବାକୁ ଚେଷ୍ଟା କରୁଛି। ଏହା ଭାରତର ପୂର୍ବ ଦିଗରେ କାର୍ଯ୍ୟ ନୀତିକୁ ପ୍ରଭାବିତ କରିପାରେ।