କୃଷି ଓଭର୍‌ସିଅରଙ୍କ ଭତ୍ତା ବଢ଼ିଲା 

agriculture

କୃଷି ଓଭର୍‌ସିଅରଙ୍କ ଭତ୍ତା ବଢ଼ିଲା 

୧୫ ଶହ ଟଙ୍କାକୁ ଗସ୍ତଭତ୍ତା ବୃଦ୍ଧି
ଉପକୃତ ହେବେ ୧୨୫୭ କୃଷି ଓଭର୍‌?ସିଅର
ଭୁବନେଶ୍ୱର : କୃଷି ଓଭର୍‌ସିଅରମାନଙ୍କ ମାସିକ ଗସ୍ତ ଭତ୍ତା ୪୫୦ ଟଙ୍କାରୁ ୧୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି  । ସୂଚନାଯୋଗ୍ୟଯେ, କୃଷି ଓଭର୍‌ସିଅରମାନଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ  । ପୂର୍ବରୁ ସେମାନଙ୍କ ମାସିକ ଗସ୍ତଭତ୍ତା ୩ ଶହ ଟଙ୍କା ଥିବାବେଳେ ୨୦୨୩ରେ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା  । ତେବେ ଏହାପରେ ସମାନ ସ୍ତରରେ ଥିବା ଅଧିକାଂଶ ପଦବୀଗୁଡ଼ିକର ମାସିକ ଗସ୍ତଭତ୍ତା ବୃଦ୍ଧି ପାଇଥିବା ବେଳେ କୃଷି ଓଭର୍‌ସିଅରମାନଙ୍କ ଭତ୍ତା ବଢ଼ିନଥିଲା  । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷି ଓଭର୍‌ସିଅରମାନେ ନିୟମିତ ଭାବେ ଗସ୍ତ କରିବା ପାଇଁ ପ୍ରୋତ୍ସାହିତ ହେବେ  । ସୂଚନାଯୋଗ୍ୟଯେ, ରାଜ୍ୟରେ ସମୁଦାୟ ୧୫୬୭  କୃଷି ଓଭର୍‌ସିଅର ପଦବୀ ଥିବାବେଳେ ବର୍ତ୍ତମାନ ୧୨୫୭ ଜଣ କାର୍ଯ୍ୟରତ ଅଛନ୍ତି  ।