ଅଂଶୁଘାତ ପ୍ରାଥମିକ ଶିବିର ଉଦଘାଟିତ

 ଭୁବନେଶ୍ୱର : ତାପମାତ୍ରା ବୃଦ୍ଧି ଓ ପ୍ରଚଣ୍ଡ ରୌଦ୍ରତାପ ରାଜ୍ୟରେ ଜନ ଜୀବନ ଅସ୍ତବ୍ୟସ୍ତ ହେବା ସହ ଅଂଶୁଘାତ ହେବାର ଆଶଙ୍କା ବୃଦ୍ଧି ପାଉଛି  । ଏନେଇ ଗୁରୁବାରି ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଏଜି ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଓ ଓଡିଶା ରାଜ୍ୟ ଓମଫେଡ ସଂସ୍ଥା ଏବଂ ଏଜି ଏକାଉଣ୍ଟସ ସେବା ସମବାୟ ସମିତି ସହଯୋଗରେ  ଜନସାଧାରଣଙ୍କୁ ଅଂଶୁଘାତ ଉପରେ ସଚେତନ କରାଇବାପାଇଁ   ଅଂଶୁଘାତ ପ୍ରାଥମିକ ଚିକିସôା  ଶିବିର ଓ ଅଂଶୁଘାତ ରୋଗୀଙ୍କ ପରିବହନ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ବରିଷ୍ଠ ଉପ ମହାଲେଖାକାର ମନୋଜ ଏକ୍କାଙ୍କ ଓ ଭରତ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଏଜି ଛକରେ ଉଦଘାଟିତ ହୋଇଯାଇଛି  । ଉଦଘାଟନୀ ଉସôବରେ  ଉପ ମହାଲେଖାକାର ସଞ୍ଜୟ କୁମାର , ବିକାଶ କୁମାର, ବରିଷ୍ଠ ଲେଖାଧିକାରୀ (କଲ୍ୟାଣ ବିଭାଗ) ଆନନ୍ଦ ଭଟ୍ଟ, ଏଜି ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ଏଜି ସମବାୟ ସମିତିର ସଭାପତି କେ ନାଗେଶ୍ୱର ରାଓ, ନିଦେ୍ର୍ଧଶକ ସୁବ୍ରତ ସିଂହ, ଦୀପ୍ତି ରଞ୍ଜନ ରାୟ ଉପସ୍ଥିତ ଥିଲେ  । ଏହି ଅବସରରେ ବରିଷ୍ଠ ଉପ ମହାଲେଖାକାର ବିଗତ ୨୮ ବର୍ଷ ଧରି ଏଜି ଆମ୍ବୁଲାନ୍ସ ଡିଭିଜନ ଅଂଶୁଘାତ ରୋଗୀଙ୍କ ସେବା କରିବା ସହ ଅଂଶୁଘାତ ମୃତୁ୍ୟ ରୋକିବା ଲାଗି ଜନସଚେତନତା ସୃଷ୍ଟି କରି ଆସୁଥିବାରୁ ସେ ତାହାର ଉଚ୍ଚ ପ୍ରଶଂସା କରିଥିଲେ  । ସଚେତନତା ଦ୍ୱାରା ଅଂଶୁଘାତ ମୃତୁ୍ୟର ନିରାକାରଣ କରାଯାଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ  ।