ପଇଡ଼ତୋଳାକୁ ନେଇ ତୁମୁଳକାଣ୍ଡ, ଯୁବକଙ୍କୁ ହତ୍ୟା

ପୁରୀ: ପୁରୀ ସହରରେ ଗତକାଲି ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବାସେଳି ସାହି ମଶାଣିଚଣ୍ଡୀ ଛକରେ ନିଜ ଘରେ ଶୋଇଥିବା ବେଳେ କୁନା ବେହେରା ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ରାତି ପ୍ରାୟ ୧ଟାରେ ଅଭିଯୁକ୍ତ ଓ ତାର ସହଯୋଗୀ ମାରଣାସ୍ତ୍ରରେ କୁନା ବେହେରାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଅଭିଯୁକ୍ତ ଜଣେ ନାବାଳକ ବୋଲି ସୂଚନା ମିଳିଛି । ପଇଡ଼ ତୋଳାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୁଖ୍ୟ ଅଭିଯୁକ୍ତକୁ ବାସେଳି ସାହି ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।