ଏଡ୍ସ ଦିବସରେ ସଚେତନତା
ଭୁବନେଶ୍ୱର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର ନେଚର ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଓ ମର୍କୁ୍ୟରି ଫୋଇନିକ୍ସ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାଲିଆ ସାହି ଭୁବନେଶ୍ୱରଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ ମଣିପାଲ ଚିକିସôାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ଃ ଶିବାନୀ ଦେବୀ, ସମ ନର୍ସିଂ କଲେଜର ବନ୍ଦିତା ସାହୁ ଓ କବିତା ସାହୁ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଂଯୋଜକ ଦିବାକର ମହାଲି ଅତିଥି ପରିଚୟ କରାଇଥିଲେ ଓ ପରେ ଅତିଥିମାନେ ମହିଳାମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର କିପରି ଯନô ନେବେ ସେ ବିଷୟରେ ସୂଚନା ଦେଇଥିଲେ । ସେହିପରି ଡ଼ଃ ଶିବାନୀ ଦେବୀ ଏ ବର୍ଷର ମୁଖ୍ୟ ବିଷୟ 'ମୋ ସ୍ୱାସ୍ଥ୍ୟ ଓ ମୋ ଅଧିକାର' କୁ ନେଇ ଏଡ୍ସ ଉପରେ ଜନତାଙ୍କୁ ସଚେତନ କରାଇବା ସହ ଯୁବକ ଯୁବତୀମାନେ କିପରି ଏଡ୍ସର ପ୍ରକୋପରୁ ସୁରକ୍ଷିତ ରହିବେ, ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାସ୍ଥ୍ୟଗତ ସାମ୍ବିଧାନିକ ଅଧିକାର ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ନେହ ଅନୁଷ୍ଠାନର ସହ ସଂଯୋଜିକା ସ୍ୱସ୍ତିକା ସଡଙ୍ଗୀଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।