ବୃଦ୍ଧ କହିଲେ ‘ଆତ୍ମହତ୍ୟା’ କରିଦେବି : ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ

-ତମେ ଆସିଛ, ସାହାଯ୍ୟ ପାଇବ, ଧୈର୍ଯ୍ୟ ନଧରିଲେ କେମିତି ହେବ ? ଆତ୍ମହତ୍ୟା ଶବ୍ଦ କାହିଁକି କହୁଛ ? ତୁମେ ସାହାଯ୍ୟ ପାଇଁ ଆସିଛ, ସାହାଯ୍ୟ ପାଇବ । ସେଥିପାଇଁ ତ ମୁଁ ଅଛି ନା । ସେଗୁଡ଼ା କ’ଣ ଭଲ ଶବ୍ଦ ।
ଆଜ୍ଞା ଇଏ କୌଣସି ସ୍କି୍ରପ୍ଟ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବେଳେ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ । ତେଣୁ ଏଭଳି ଭାବେ ତାଗିଦ୍ କରିଥିଲେ ମୁଖ୍ୟମନ୍ତ୍ରୀ । ବୃଦ୍ଧ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବୁଝାଇବା ସହ ଏଭଳି ଶବ୍ଦ ନକହିବାକୁ ପରାମର୍ଶ ଦେଇଥିଲେ । ସେହି ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବି ଉପସ୍ଥିତ ଥିଲେ ।