ଡିସେମ୍ବର ୫ରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ
ପୁରୀ: ଭାରତ ସରକାରଙ୍କ ଯୁବ ଓ କ୍ରୀଡାସେବା ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ଏବଂ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହଯୋଗରେ ଆସନ୍ତା ଡିସେମ୍ବର ୫ ତାରିଖରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ଉସôବ ଅନୁଷ୍ଠିତ ହେବ । ଏ ନେଇ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଡ. ଡିଏସ୍ଭି ଦତ୍ତାତ୍ରେୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୧୪ବର୍ଷରୁ ୨୯ବର୍ଷ ବୟସର ଯୁବକ ଯୁବତୀମାନେ ଏହି ଉସôବରେ ଭାଗ ନେବେ । ଉସôବକୁ ସଞ୍ଚାଳନ କରିବା ପାଇଁ ଦତ୍ତାତ୍ରେୟ ମୂର୍ତ୍ତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ।