ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ

ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ

ଇରାନ ଓ ଇସ୍ରାଏଲ ବିବାଦ ମଧ୍ୟରେ ଏୟାର ଇଣ୍ଡିଆ ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି। ଅଗଷ୍ଟ 8 ପର୍ଯ୍ୟନ୍ତ ତେଲ୍ ଆଭିବକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି।

ବିମାନ ସେବା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟର କିଛି ଅଂଶରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ୍ ଆଭିଭକୁ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି।

ବିବୃତ୍ତିରେ ଆହୁରି କୁହାଯାଇଛି, ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛୁ। ଯେଉଁ ଯାତ୍ରୀମାନେ ଏଥିପାଇଁ ଟିକେଟ୍ କରିଥିଲେ ସେମାନଙ୍କୁ ସହାୟତା ଯୋଗାଇ ଦେଉଛୁ। ଆମ ପାଇଁ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା। 

ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ 24 ଘଣ୍ଟିଆ ହେଲ୍ପଲାଇନ ନଂ ମଧ୍ୟ ଜାରି କରାଯାଇଛି। ଅଧିକ ସୂଚନା ପାଇଁ 011-69329333 / 011-69329999 ରେ କଲ୍ କରିପାରିବେ।