ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନର ଏକାଧିକ ଏୟାରବେସ୍ ଧ୍ୱଂସ

ଭାରତର ଏୟାର ଷ୍ଟ୍ରାଇକ୍‌ରେ ଧ୍ବଂସ ହୋଇଯାଇଛି ପାକିସ୍ତାନର ଏୟାରବେସ୍। ସାଟେଲାଇଟ୍ ଇମେଜରୁ ସାମ୍ନାକୁ ଆସିଲା ଏୟାରବେସ୍ ଧ୍ବଂସର ସତ । ମାକ୍ସର ପକ୍ଷରୁ ଏହି ସାଟେଲାଇଟ୍ ଦୃଶ୍ୟ ଜାରି କରାଯାଇଛି । ଏଥିରେ ଏୟାର ଷ୍ଟ୍ରାଇକ୍ ପୂର୍ବର ପାକିସ୍ତାନ ଏୟାର ବେସ୍ ଓ ପରର ଦୃଶ୍ୟ ଦେଖିବାକୁ ମିଳିଛି ।

ସୁକୁର, ନୂରଖାନ୍, ସରଗୋଧା, ଭୋଲାରୀ ଓ ଜାକୋବାବାଦର ଏୟାର ବେସ୍‌ ଛାରଖାର ହୋଇଯାଇଛି । ଗତ ୧୦ ତାରିଖରେ ସୁକର ଓ ନୂରଖାନ୍ ଏୟାରବେସକୁ ଟାର୍ଗେଟ୍ କରାଯାଇଥିଲା । ସେହିପରି ସରଗୋଧା, ଭୋଲାରୀ ଓ ଜାକୋବାବାଦ୍‌ ଏୟାରବେସ୍ ଉପରେ ମେ’ ୧୧ ତାରିଖରେ ଆକ୍ରମଣ ହୋଇଥିଲା ।