ସିବିଏସଇ ବୋର୍ଡ : ୯୯ ପ୍ରତିଶତ ମାର୍କ ରଖି ରେକର୍ଡ କଲେ ଶ୍ରେୟାଂଶ

ବଲାଙ୍ଗୀର : ମଙ୍ଗଳବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଶତ ପ୍ରତିଶତ ସଫଳତା ଲାଭ କରିଥିବା ଜଣାପଡିଛି। ଦଶମ ବୋର୍ଡରେ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ-୨ ଛାତ୍ର ଶ୍ରେୟାଂଶ ହୋତା ୯୯ ପ୍ରତିଶତ (୪୯୫ ମାର୍କ) ରଖି ସାରା ରାଜ୍ୟରେ ରେକର୍ଡ କରିଛନ୍ତି।