ପ୍ରତି ରବିବାର ପୋଲିସ ଷ୍ଟେଶନରେ ହାଜର ହେବେ ଅଲ୍ଲୁ ଅର୍ଜୁନ! କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ

ଚେନ୍ନାଇ: ଅଭିନେତା ଅଲୁ ଅର୍ଜୁନ ହାଇଦ୍ରାବାଦର ଚିକ୍କଡପାଲି ପୋଲିସ ଷ୍ଟେଶନରୁ ବାହାରିଥିଲେ। ଜାମିନ ସର୍ତ୍ତ ଅନୁଯାୟୀ ଅଭିନେତା ଅଲୁ ଅର୍ଜୁନଙ୍କୁ ଚିକ୍କଡପାଲି ପୋଲିସ ଷ୍ଟେଶନରେ ହାଜର ହେବାକୁ କୁହାଯାଇଥିଲା। ଜାମିନ ପ୍ରଦାନ କରୁଥିବାବେଳେ ଚାର୍ଜସିଟ ଦାଖଲ ନହେବା ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ପ୍ରତି ରବିବାର ପୋଲିସ ଷ୍ଟେଶନରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।