ସିଏସ୍କେ ବଦଳାଇଲା ପ୍ଲେଇଂ ଇଲେଭେନ୍

 ନୂଆଦିଲ୍ଲୀ:  : ଆଇପିଏଲରେ ଲଗାତର ଭାବେ ଦୁଇ ଦୁଇ ଥର ହାରିବା ପରେ ଚେନ୍ନାଇ ଆଜି ତାର ୨ଟି ପ୍ଲେୟରକୁ ପରିବର୍ତ୍ତନ କରିଛି । ରାହୁଲ ତ୍ରିପାଠୀ ଏବଂ ଜେମି ଓଭରଟନଙ୍କୁ ବାହାରର ରାସ୍ତା ଦେଖାଇଛି ସିଏସ୍କେ । ଡେଭନ କନୱେଙ୍କୁ ଆଇପିଏଲ୍ ପ୍ଲେଇଂ ଇଲେଭେନରେ ସାମିଲ କରିଛି ସିଏସ୍କେ । ରାହୁଲ ତ୍ରିପାଠୀଙ୍କ ସ୍ଥାନରେ ମୁକେଶ ଚୌଧୁରୀଙ୍କୁ ସୁଯୋଗ ମିଳିଛି । କନୱେ ନୁ୍ୟଜିଲ୍ୟାଣ୍ଡର ଜଣେ ଅଭିଜ୍ଞ ଖେଳାଳି । ସେ ଅନେକ ସମୟରେ ଚମକôାର ପ୍ରଦର୍ଶନ କରିଛନ୍ତି । କନୱେ ଆଇପିଏଲ ୨୦୨୩ ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ସେ ୧୬ ମ୍ୟାଚରେ ୬୭୨ ରନ କରିଥିଲେ । ଏହି ସମୟ ମଧ୍ୟରେ ସେ ଛଅଟି ଅର୍ଦ୍ଧଶତକ ହାସଲ କରିଥିଲେ । ରାହୁଲ ଜଣେ ଅଭିଜ୍ଞ ଖେଳାଳି । କିନ୍ତୁ ତାଙ୍କର ସାମ୍ପ୍ରତିକ ପ୍ରଦର୍ଶନ ନିରାଶାଜନକ ରହିଛି । ରାହୁଲଙ୍କୁ ଏହି ସିଜିନରେ ତିନୋଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି । କିନ୍ତୁ ସେ ତିନୋଟିରେ ବିଫଳ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରାହୁଲ ୨ ରନ କରିବା ପରେ ଆଉଟ ହୋଇଥିଲେ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମଧ୍ୟ ସେ ୫ ରନ କରି ପାଭିଲିୟନ ଫେରିଥିଲେ । ରାଜସ୍ଥାନ ବିପକ୍ଷରେ ମାତ୍ର ୨୩ ରନ କରିପାରିଥିଲେ । ସିଏସ୍କେ ପ୍ରଭାବଶାଳୀ ଖେଳାଳିଙ୍କ ତାଲିକାରେ ଜେମି ଓଭରଟନଙ୍କୁ ସାମିଲ କରିଛି । ସୂଚନାଥାଉକି, ଦିଲ୍ଲୀ କ୍ୟାପିଟାଲର ଦମଦାର ବିଜୟ । ୨୫ ରନ୍ରେ ସିଏସକେକୁ ହରାଇ ଜିତିଲା ଦଳ । ଚଳିତ ସିଜିନରେ ଡିସିର ଏହା ହାଟ୍ରିକ୍ ବିଜୟ । ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ସିଏସକେକୁ ୧୮୪ ରନର ଟାର୍ଗେଟ୍ ଦେଇଥିଲା ଦିଲ୍ଲୀ । ଚିପକରେ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଶେଷ ପରାସ୍ତ ହୋଇଛି ସିଏସ୍କେ । ସିଏସ୍କେର ଏହା କ୍ରମାଗତ ତୃତୀୟ ପରାଜୟ । ଶନିବାର ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ୧୭ତମ ମ୍ୟାଚ୍ ଖେଳାଯାଇଥିଲା ।