ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କଲେ ଆମିର ଖାନ୍‌

ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କଲେ ଆମିର ଖାନ୍‌

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ୍‌। ପୂର୍ବରୁ ତାଙ୍କର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲା। ହେଲେ ଏବେ ସେ ବଡ଼ ପଦକ୍ଷେପ ନେଇ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ଆମିରଙ୍କ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ ପୋଷ୍ଟ ଶେୟାର କରାଯାଇଛି। ଆମିରଙ୍କ ୟୁଟ୍ୟୁବ୍‌ ଚ୍ୟାନେଲର ନାମ ‘ଆମିର ଖାନ୍‌ ଟକିଜ’ ରଖାଯାଇଛି। ଏହା ଜରିଆରେ ଅଭିନେତା ନିଜର ଫିଲ୍ମ ଶୁଟିଂର ବିହାଇଣ୍ଡ ଦ ସିନ୍ସ ଭିଡିଓ ଶେୟାର କରିବେ।୨୦୨୫ରେ ଏଯାବତ ଆମିରଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। ହେଲେ ଆଗକୁ କିଛି ଫିଲ୍ମ ଆସିବାକୁ ଯାଉଛି। ‘ତାରେ ଜମିନ ପର୍‌’ର ସିକୁଏଲ ‘ସିତାରେ ଜମିନ୍‌ ପର’, କୁଲି ଏବଂ ଲାହୋର ୧୯୪୭ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଏଣୁ ପ୍ରଶଂସକଙ୍କୁ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ଏସବୁର ଶୁଟିଂର ଝଲକ ଦେଖିବାକୁ ମିଳିବ ବୋଲି କୁହାଯାଉଛି।