ମୁହଁ ଖୋଲିଲେ ଲବ ହାଁସଦା

ମୁହଁ ଖୋଲିଲେ ଲବ ହାଁସଦା

ଭୁବନେଶ୍ୱର: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। । ସୋସିଆଲ ମିଡିଆରେ ଭିଡିଓ ଜାରିକରି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୀରେଧୀରେ ସବୁ ସତ ସାମ୍ନାକୁ ଆସିବ ।

ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ସେ ମୋ ବିଷୟରେ ସବୁ କଥା ଜାଣିଥିଲେ । ସବୁ ସତ ଧୀରେ ଧୀରେ ସାମନାକୁ ଆସିଯିବ ।ଲବ ଆହୁରି କହିଛନ୍ତି,”ମୋ ଜୀବନରେ ଏମିତି ଦିନ ଆସିବ କି ଏପରି ଭିଡିଓ କରିବାକୁ ପଡ଼ିବ ବୋଲି ମୁଁ କେବେ ଭାବି ନ ଥିଲି । ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି। ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ମୁଁ ଏମିତି କିଛି କରିନି ଯେଉଁଥିପାଇଁ କାହାର ଜୀବନ ଚାଲିଯିବ । ମୁଁ ଏତେ ବି ଖରାପ ନୁହେଁ ।“

ସୂଚନାଯୋଗ୍ୟ, ଲବଙ୍କ ବାନ୍ଧବୀ ସୋଲମୀ ମୁର୍ମୁ ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ହେଲେ ଗତ ମେ ମାସରେ ସେ ଆତ୍ମହତ୍ୟା କରିଥିଲେ ସୋଲମୀ । ଯେଉଁଥିପାଇଁ ଲବଙ୍କୁ ଦାୟି କରି ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ । ଏହାପରେ ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ଥିବା କଥା ସାମନାକୁ ଆସିଥିଲା । ଏନେଇ ମାସେରଊର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗି ରହିଥିବାବେଳେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଲବ।