ଆଜି ମାଓ ସ୍ଥିତି ସମୀକ୍ଷା କରିବେ ଅମିତ ଶାହ

ଆଜି ମାଓ ସ୍ଥିତି ସମୀକ୍ଷା କରିବେ ଅମିତ ଶାହ

ନୂଆଦିଲ୍ଲୀ: ଦେଶରେ  ମାଓବାଦୀଙ୍କ ସ୍ଥିତି ପ୍ରସଙ୍ଗରେ ଆଜି ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେବ ଉଚ୍ଚସ୍ତରୀୟ ମାଓବାଦୀ ସମୀକ୍ଷା ବୈଠକ । ବୈଠକରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକମାନେ ଯୋଗଦେବେ । ଆନ୍ତଃରାଜ୍ୟ ସମନ୍ବୟ ଏବଂ ନିରାପତ୍ତା ପ୍ରସଙ୍ଗରେ ବୈଠକରେ ହେବ ଆଲୋଚନା । ଏହି ବୈଠକରେ ଛତିଶଗଡ଼ ଓ ଅନ୍ୟାନ୍ୟ ମାଓ ପ୍ରଭାବିତ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା ହେବ ।  ଓଡ଼ିଶାରେ ଏବେ ୭ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା ରହିଛି । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା । ୨୦୧୩ରେ ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି ।