ବଢିଲା ଆଶିଷ ସିଂ ଓ ଡିଏସ କୁଟେଙ୍କ ଅଡୁଆ

ବଢିଲା ଆଶିଷ ସିଂ ଓ ଡିଏସ କୁଟେଙ୍କ ଅଡୁଆ

ଭୁବନେଶ୍ବର: ଆଇପିଏସ  ଆଶିଷ ସିଂ ଓ ଡିଏସ କୁଟେଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ତୁରନ୍ତୁ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗରେ କାର୍ୟାନୁଷ୍ଠାନ କାହିଁକି ନିଆଯିବନି ସେ ନେଇ ପକ୍ଷ ରଖନ୍ତୁ । ୩୦ଦିନ ମଧ୍ୟରେ ତାଙ୍କର ଲିଖିତ କାରଣ ଜଣାଇବାକୁ ନିର୍ଦେଶନାମା ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦୁଇଟି ନୋଟିଫିକେସନରୁ ସୂଚନା ମିଳିଛି । ଅଲ୍ ଇଣ୍ଡିଆ ସର୍ଭିସ ରୁଲର ଧାରା ୮ ଆଧାରରେ ଆକ୍ସନ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ଆକ୍ସନ ହେବା ପୁର୍ବରୁ ଦୁଇ ଅଫିସରଙ୍କ ବିରୋଧରେ ହେବାକୁ ଯାଉଛି ତଦନ୍ତ ।ଯେଉଁଠି ତଦନ୍ତ ପୁର୍ବରୁ ତାଙ୍କ ବିରୋଧରେ କାହିଁକି ଆକ୍ସନ ନିଆଯିବ ନାହିଁ ସେନେଇ ନିଜର ପକ୍ଷରେ ଉଲେଖ କରନ୍ତୁ । ଯାହାକୁ ନେଇ ଉଭୟ ଅଫିସର ନିଜସ୍ବ ଲିଖିତ ପକ୍ଷ ରଖିବାକୁ ଅଲ୍ ଇଣ୍ଡିଆ ରୁଲସ ଆଧାରରେ ସୁଯୋଗ ଦିଆଯାଇଛି । ଏନେଇ ନିର୍ଧାରିତ ସମୟ ମଧ୍ୟରେ ଲିଖିତ ନଦେଲେ ବା ପକ୍ଷ ନ ରଖିଲେ ତେବେ ତଦନ୍ତକାରି ଟିମ୍ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ କୁ ଗ୍ରହଣୀୟ ବୋଲି ଧରିନେବେ ।

ଡିଏସ କୁଟ୍ଟେ ଗୃହ‌ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବରେ ଥିବା ବେଳେ। ନିର୍ବାଚନ ସମୟରେ ଜଣେ ନିର୍ବାଚନ ଲଢୁଥିବା ପ୍ରତିନିଧିଙ୍କୁ ଗିରଫ କରିବା ପାଇଁ ଚାପ ପକାଇବା ଭଳି ପରିସ୍ଥିତି ଉପୁଜାଇଥିଲେ । ଯାହାକୁ ନେଇ ସେ ନିଜ ପଦବୀର ଦୂରୁପଯୋଗ କରି ଏକ ନିର୍ବାଚନ ପରିଚାଳନା ଭଳି ପରିସ୍ଥିତିରେ ପକ୍ଷପାତିତା ଓ ଏକ ନିର୍ଦିଷ୍ଟ ଲୋକଙ୍କ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ନେବା ନେଇ ଅଭିଯୋଗ ରହିଥିଲା ।
ତେବେ ଆଶିଷ  ସ୍ବାସ୍ଥ୍ୟ ଗତ ଛୁଟି ଦର୍ଶାଇ ଛୁଟି ନେଇଥିଲେ।ଓ ଛୁଟିରେ ରହି ନିର୍ବାଚନ ପରିଚାଳନାରେ ମୁଣ୍ଡ ପୁରାଉଥିଲେ । ଏପରିକି ନିଜେ ଡ୍ୟୁଟିରେ ନଥାଇ ପଦ ଓ ମର୍ୟ୍ୟାଦାର ହସ୍ତକ୍ଷେପ କରି ନିର୍ବାଚନ ପରିଚାଳନାରେ ପ୍ରଭାବିତ କରୁଥିଲେ । ଏନେଇ ତାଙ୍କ ବିରୋଧରେ ସରକାରୀ ଅଧିକାରୀ ହୋଇ ଏପରି ପ୍ରଭବିତ କରିବା ଭଳି ସାଙ୍ଘାତିକ ଅଭିଯୋଗ ରହିଥିଲା ।