ରାଜନାଥଙ୍କ ବଡ଼ ଚେତାବନୀ : ବ୍ରହ୍ମୋସ ଟାର୍ଗେଟରେ ପୂରା ପାକିସ୍ତାନ
ସବୁବେଳେ ଫଡଫଡ ହେଉଥିବା ପାକିସ୍ତାନକୁ ଆଜି ବଡ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି ଯେ ପାକିସ୍ତାନର ପ୍ରତ୍ୟେକ ଇଞ୍ଚ ବ୍ରହ୍ମୋସ କ୍ଷେପଣାସ୍ତ୍ର ଟାର୍ଗେଟରେ ଆସୁଛି । ଏପରିକି ଅପରେସନ୍ ସିନ୍ଦୂରକୁ ପ୍ରଶଂସା କରି ଏହାକୁ କେବଳ ଏକ ଟ୍ରେଲର ବୋଲି କହିଛନ୍ତି ରାଜନାଥ । ଅପରେସନ୍ ସିନ୍ଦୂର ସମୟରେ ବ୍ରହ୍ମୋସ ଭାରତର ସୁରକ୍ଷା ଦିଗରେ ବ୍ୟବହାରିକ ପ୍ରମାଣିତ ହୋଇଥିଲା । ବିଜୟ କେବଳ ଏକ ଘଟଣା ନୁହେଁ ବରଂ ଏହା ଆମର ଅଭ୍ୟାସ ପାଲଟିଛି । ଅପରେସନ୍ ସିନ୍ଦୂରରେ ଯାହା ଘଟିଥିଲା ତାହା କେବଳ ଏକ ଟ୍ରେଲର ଥିଲା । ତଥାପି ସେହି ଟ୍ରେଲର ପାକିସ୍ତାନକୁ ଶିକ୍ଷା ଦେଇଥିଲା ଯେ ଯଦି ଭାରତ ପାକିସ୍ତାନକୁ ଜନ୍ମ ଦେଇପାରେ, ତେବେ ଆଉ କଣ ନକରିପାରିବ, ସେ ବିଷୟରେ ମୁଁ ଆଉ କିଛି କହିବାର ଆବଶ୍ୟକତା ନାହିଁ ବୋଲି ରାଜନାଥ କହିଛନ୍ତି ।
ଲକ୍ଷେ୍ନøର ଏରୋସ୍ପେସରୁ ସ୍ୱଦେଶୀ ଭାବରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚକୁ ପତାକା ଦେଖାଇ ଉନ୍ମୋଚନ ସମୟରେ ଏପରି ମନ୍ତବ୍ୟ ଦେଇଛନ୍ତି ରାଜନାଥ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିନାଥ ମଧ୍ୟ ଉପସ୍ଥିତ ଥିଲେ । ରାଜନାଥ ଆହୁରି କହିଛନ୍ତି ଯେ ବ୍ରହ୍ମୋସ ଭାରତୀୟ ସଶସ୍ତ୍ର ବାହିନୀର ମେରୁଦଣ୍ଡ ପାଲଟିଛି । ଯାହା ଆଜି ଦେଶର ବିଶ୍ୱାସ ଓ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି । ଏକ ସରକାରୀ ଦ୍ଭ ବିବୃତ୍ତିରେ କୁହାଯାଇଛି ଯେ ବ୍ରହ୍ମୋସ ଏରୋସ୍ପେସ୍ ଲକ୍ଷେ୍ନøର ସରୋଜିନୀ ନଗରରେ ଏହାର ନୂତନ ସମନ୍ୱୟ ଓ ପରୀକ୍ଷଣ ସୁବିଧାରୁ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଥମ ବ୍ୟାଚ୍ ସଫଳତାର ସହିତ ଉତ୍ପାଦନ କରିଛି । ରାଜନାଥ ସିଂହ କହିଛନ୍ତି ଯେ ପ୍ରତିବର୍ଷ ଲକ୍ଷେ୍ନøରୁ ୁ ପ୍ରାୟ ୧୦୦ଟି କ୍ଷେପଣାସ୍ତ୍ର ପ୍ରସ୍ତୁତ ହେବ । ସେଗୁଡ଼ିକ ତିନି ବାହିନୀକୁ ହସ୍ତାନ୍ତର କରାଯିବ । ବ୍ରହ୍ମୋସ ଅପରେସନ ସିନ୍ଦୂରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଯାହା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଅନେକ ଆତଙ୍କବାଦୀ ଶିବିର ଏବଂ ସାମରିକ ଘାଟିକୁ ଧ୍ୱଂସ ସ୍ତୁପରେ ପରିଣତ କରିଥିଲା ।