ଅନ୍ଲାଇନ୍ ଧର୍ମକୁ ନିନ୍ଦା ପାକ୍ କୋର୍ଟରେ ୫ଜଣଙ୍କୁ ମୃତୁ୍ୟଦଣ୍ଡ

ଇସଲାମାବାଦ : ଅନ୍ଲାଇନ୍ରେ ଧର୍ମକୁ ନିନ୍ଦା କରିଥିବାରୁ ପାକିସ୍ତାନ କୋର୍ଟରେ ୫ ଜଣଙ୍କୁ ମୃତୁ୍ୟ ଦଣ୍ଡାଦେଶ ଦିଆଯାଇଛି । ଗତ କିଛିବର୍ଷ ହେଲା ମୁସଲିମ୍ ବହୁଳ ଦେଶ ପାକିସ୍ତାନରେ ୧୦୦ରୁ ଊଦ୍ଧ୍ୱର୍ ଯୁବଗୋଷ୍ଠୀ ଅନ୍ଲାଇନ୍ ଭିଡିଓ, ଟେକ୍ଟ ଜରିଆରେ ମୁସଲିମ୍ ଧର୍ମକୁ ନିନ୍ଦା କରିଥିବା ପାକିସ୍ତାନ୍ର ଏକ ଘରୋଇ ସଂସ୍ଥା ଅଭିଯୋଗ ଆଣିଥିଲା । ଏଥିଯୋଗୁ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ  ଧର୍ମକୁ ନିନ୍ଦା କରିଥିବା ସମ୍ପୃକ୍ତ ୫ ଯୁବକଙ୍କୁ ମୃତୁ୍ୟଦଣ୍ଡରେ ଦଣ୍ଡିତ କରାଯାଇଛି ।  ଏମାନଙ୍କ ମଧ୍ୟରୁ ଜଣେ ଆଫଗାନିସ୍ତାନ ନାଗରିକ ହୋଇଥିବା ବେଳେ ଅନ୍ୟ ୪ଜଣ ପାକିସ୍ତାନ୍ର ବୋଲି ଜଣାପଡ଼ିଛି । ସମ୍ପୃକ୍ତ ୫ ଯୁବକ ମୁସଲିମ୍ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ପ୍ରଚାର ପ୍ରସାର କରିବା ସହ ମୁସଲିମ୍ ଧର୍ମକୁ ନିନ୍ଦା କରିବା ଭଳି ବାକ୍ୟମାନ ପ୍ରୟୋଗ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ସେହିପରି ମୁସଲିମ ଧର୍ମଗ୍ରନ୍ଥ କୋରାନକୁ ଅପବିତ୍ର କରିଥିବାରୁ ଦୋଷୀଙ୍କୁ ଅଲଗା ଭାବେ ଆଜୀବନ କାରାଦଣ୍ଡ ଏବଂ ଧର୍ମୀୟ ଭାବନାକୁ ଆଘାତ ଦେଇଥିବାରୁ ସେମାନଙ୍କୁ ୧୦ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ମାମଲା ଲଢ଼ୁଥିବା ଓକିଲ ରାଓ ଅବଦୁର ରହିମ୍ ସୂଚନା ଦେଇଛନ୍ତି । ସେହିପରି ଦୋଷୀମାନେ ଏହି ଦଣ୍ଡ ବିରୋଧରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇପାରିବେ ବୋଲି ମଧ୍ୟ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ପାକିସ୍ତାନ ଏଭଳି ମାମଲାରେ କୌଣସି ଦୋଷୀଙ୍କୁ ମୃତୁ୍ୟଦଣ୍ଡ ଦେଇନାହିଁ । ଏହା ପାକିସ୍ତାନରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।