ଖୋର୍ଦ୍ଧାରେ ଉଠା ଦୋକାନ ଉଚ୍ଛେଦ ଅଟକିଲା
ଖୋର୍ଦ୍ଧାରେ ଆଜି ହେବନି ଉଠା ଦୋକାନ ଉଚ୍ଛେଦ । ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ସ୍ଥଗିତ ରହିଲା ଉଚ୍ଛେଦ କାର୍ଯ୍ୟ । ୫ ଦିନ ସମୟ ଦେଲା ପ୍ରଶାସନ । ୧୬ରୁ ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ । ଖୋର୍ଦ୍ଧାରେ ଉଠା ଦୋକାନ ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିଲେ ବ୍ୟବସାୟୀ । ଉଠା ଦୋକାନରେ ବୁଲଡୋଜର ବୁଲାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରିଥିଲେ ବ୍ୟବସାୟୀ । ସେପଟେ ଖୋର୍ଦ୍ଧା ବଜାରର ବିଭିନ୍ନ ସ୍ଥାନରେ ୧୬୩ ଧାରା ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଖୋର୍ଦ୍ଧା ସହରର ସୌନ୍ଦର୍ଯ୍ୟକରଣ, ରାସ୍ତା ପ୍ରଶସ୍ତିକରଣ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ଜବରଦଖଲ ଉଚ୍ଛେଦ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ତେବେ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଛି।