ଜିଲ୍ଲାପାଳଙ୍କ ହସ୍ତଶିଳ୍ପ ବିଭାଗର ସମୀକ୍ଷା ବୈଠକ
ନୂଆପଡା : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହସ୍ତଶିଳ୍ପ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପୀ ଏବଂ ପାରମ୍ପରିକ କାରିଗରମାନଙ୍କ ଦକ୍ଷତା ଏବଂ କୌଶଳ ବୃଦ୍ଧି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ହସ୍ତଶିଳ୍ପ ବିଭାଗ ଉପ ନିଦେ୍ର୍ଦଶକ ପୁଷ୍ପ ରଞ୍ଜନ ସାହୁ ବିଭାଗୀୟ କାର୍ଯ୍ୟାବଳୀ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଶିଳ୍ପୀଗ୍ରାମ ଯୋଜନାରେ ଖରିଆର ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡ଼ା ଗ୍ରାମରେ ୩୦ ଜଣ ମହିଳା ତାଲିମ ନେଉଛନ୍ତି । ତାଙ୍କ ପାଇଁ କଞ୍ଚାମାଲ ଯୋଗାଣ ତଥା ଯନ୍ତ୍ରପାତି ଯୋଗାଣ ସମ୍ବନ୍ଧରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରୋସôାହନକୁ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ହସ୍ତଶିଳ୍ପ କାରିଗରମାନଙ୍କୁ ଆତ୍ମନିଯୁକ୍ତିର ସହାୟତା, ବ୍ୟାଙ୍କ ଋଣ ସହାୟତା ବିଷୟରେ ନିଦେ୍ର୍ଦଶ ଦେଇଥିଲେ । ନିପୁଣ ଶିଳ୍ପୀଙ୍କ ମାଧ୍ୟମରେ ହିରାପୁର, ସିନାପାଲି ବ୍ଲକ ଏବଂ ଦର୍ଲିମୁଣ୍ଡା, ନୂଆପଡାରେ କାରିଗର ମାନଙ୍କ ତାଲିମ ବିଷୟରେ ବୁଝିଥିଲେ । ଶିଳ୍ପୀଉନ୍ନତି ଯୋଜନାରେ କାରିଗରମାନଙ୍କୁ ନିଜସ୍ୱ ଉତ୍ପାଦନ ପ୍ରତିଷ୍ଠା ପାଇଁ ବ୍ୟାଙ୍କ୍ ମାଧ୍ୟମରେ ୧୫ ଜଣଙ୍କୁ ଋଣ ଯୋଗାଇ ଦିଆଯାଇଛି । ଉକ୍ତ ରାଶି ଉପରେ ଅଂଶଧନ ବାବଦକୁ ପ୍ରକଳ୍ପ ମୂଲ୍ୟର ୨୦ ପ୍ରତିଶତ ସରକାରୀ ରିହାତି ପ୍ରଦାନ କରାଯାଇଛି । ବଜାର ଚାହିଦା ମୁତାବକ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ ପାଇଁ କାରିଗରମାନଙ୍କୁ ଉସôାହିତ କରିବା ଏବଂ ପାରମ୍ପରିକ କୌଶଳରେ ନୂତନତା ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ନୂଆପଡା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷିତ ହୋଇଥିବାରୁ ଏହାର ସୁଯୋଗ ଶିଳ୍ପୀ ତଥା କାରିଗରମାନେ ନେଇ ମାଟି କପ୍, ଗ୍ଲାସ, ଝୋଟ ବ୍ୟାଗ୍, ଫୋଲ୍ଡର, ବୋତଲ କଭର ଏବଂ ଆନୁଷଙ୍ଗିକ ଜିନିଷ ବହୁ ମାତ୍ରାରେ ନିର୍ମାଣ କରି ବଜାରକୁ ଛାଡ଼ିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଯାହାଫଳରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ଲୋପ ହୋଇପାରିବ ବୋଲି ସେ ଆଶା ପୋଷଣ କରିଥିଲେ ।